fbpx
BJD
BJD SKY
BJD SKY

ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା, ୨ ଜଣଙ୍କ ମୃତ୍ୟୁ, ୧୦ ରୁ ଅଧିକ ଆହତ, ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ. କଟକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ପୁରୀ ସଦର ଚିକିତ୍ସାଳରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳେ ଗୋଟିଏ କାର ମେରାଇନ ଡ୍ରାଇଭ ରୋଡରେ ଦୁଇଟି ଗାଡିକୁ ଏକ ସାଙ୍ଗରେ ଧକ୍କା ଦେଇଥିଲେ । ପ୍ରଥମେ ଏକ ଅଟୋକୁ ଧକ୍କା ଦେବା ପରେ ଅନ୍ୟ ଏକ ବାଇକ୍ କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କୁ ମୃତ୍ୟୁବରଣ କରିଥିଲେ । ମୃତକ ହେଲେ ଜଣେ ଅଟୋ ଡ୍ରାଇଭର ଏବଂ ଅନ୍ୟ ଜଣେ ମହିଳା । ଏମାନେ ଆନ୍ଧ୍ରପ୍ରଦେଶରୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ । ଏହା ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି ।

Get real time updates directly on you device, subscribe now.