ଏଠି ଦାଦାଗିରି ଚାଲିବନି… ନିଆଁରେ ଜଳୁଥିବା ଟ୍ରମ୍ପଙ୍କ କଟା ଘାରେ ଲଙ୍କା ମାରିଲେ ଜିନପିଙ୍ଗ୍‌, କହିଲେ ଏମିତି

ପିଏଲଏକୁ ବିଶ୍ୱସ୍ତରୀୟ ସାମରିକ ଶକ୍ତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ

ନୂଆଦିଲ୍ଲୀ: ନାଁ ନନେଇ କଡ଼ା ଭତ୍ସନା। କହିଲେ ଦୁନିଆ ସଦଭାବରେ ଚାଲେ ଦାଦାଗିରିରେ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌, ଆଉ ଜିନପିଙ୍ଗକୁ ଏକାଠି ଦେଖି ରାଗରେ ଦାନ୍ତ କାମୁଡ଼ିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କଡ଼ା ସନ୍ଦେସ।

ଏଥର ଚିନ୍ ରାଷ୍ଟ୍ରପତି ଜିନପିଙ୍ଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଁ ନନେଇ କଲେ ଭତ୍ସନା। କହିଲେ ଦୁନିଆ ସଦଭାବରେ ଚାଲେ ଦାଦାଗିରିରେ ନୁହେଁ। ଏହା ସହ ସେ କହିଛନ୍ତି ଚୀନ କାହାକୁ ଡରିବ ନାହିଁ।

ସମସ୍ତ ମନୃଷ୍ୟ ଏକ ଗ୍ରହରେ ରହୁଛନ୍ତି ତେଣୁ ସମସ୍ତଙ୍କୁ ଏକାଠି ମିଳିମିଶି ଶାନ୍ତିରେ କାମ କରିବା ଉଛିତ। ତାଙ୍କ ସହ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌, ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ ମଧ୍ୟ ଉପସ୍ଥିତ ଥିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନୀ ଆକ୍ରମଣ ଉପରେ ଚୀନର ବିଜୟର ୮୦ତମ ବାର୍ଷିକୀ ଉପଲକ୍ଷେ ଏକ ସାମରିମକ ପରେଡରେ ସେ ଏହା କହିଛନ୍ତି।

ପିଏଲଏକୁ ବିଶ୍ୱସ୍ତରୀୟ ସାମରିକ ଶକ୍ତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ
ସୈନ୍ୟ ପରେଡକୁ ସମ୍ବୋଧିତ କରି ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ଚୀନର ଜାତୀୟ ପୁନରୁଦ୍ଧାର “ନିରନ୍ତର ଜାରି ରହିବ” ଏବଂ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଜାତୀୟ ପୁନରୁଦ୍ଧାର ପାଇଁ ରଣନୈତିକ ସମର୍ଥନ ଯୋଗାଇବା ଉଚିତ।

ସେ ପିଏଲଏକୁ ବିଶ୍ୱସ୍ତରୀୟ ସାମରିକ ଶକ୍ତି ହେବା ପାଇଁ ଲକ୍ଷ୍ୟ ରଖିବାକୁ କହିଥିଲେ।ବୁଧବାର ଅନୁଷ୍ଠିତ ମହାନ ସାମରିକ ପରେଡରେ ଚୀନ ପ୍ରଥମ ଥର ପାଇଁ ହାଇପରସୋନିକ୍‌, ଲେଜର ଏବଂ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସମେତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପ୍ରଦର୍ଶନ କରିଥିଲା।

୨୬ ଟି ଦେଶର ନେତା ଉପସ୍ଥିତ ଥିଲେ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ, ପାକିସ୍ତାନ, ନେପାଳ, ମାଳଦ୍ୱୀପ ସମେତ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ମୋଟ ୨୬ ଜଣ ବିଦେଶୀ ନେତା ଏହି ପରେଡରେ ଅଂଶଗ୍ରହଣ କରିଥିଲେ।

ଏକ ପ୍ରକାରେ, ଏହା ଚୀନର କୂଟନୈତିକ ଶକ୍ତିର ପ୍ରଦର୍ଶନ ମଧ୍ୟ ଥିଲା। ସେହି ସମୟରେ, ଆମେରିକା, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘର ମୁଖ୍ୟମାନେ ଏହି ପରେଡରୁ ଦୂରତା ବଜାୟ ରଖିଥିଲେ।

ଏହି ପରେଡରେ ଅଂଶଗ୍ରହଣ ନକରିବା ପାଇଁ ଜାପାନ ବିଶ୍ୱ ନେତାମାନଙ୍କୁ ନିବେଦନ କରିବା ଉପରେ ଜାପାନ ଏବଂ ଚୀନ ମଧ୍ୟରେ କୂଟନୈତିକ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା।