ଜିଓ କୋଟି କୋଟି ୟୁଜର୍ସଙ୍କୁ ଦେଲା ଆଶ୍ୱସ୍ତି, ୭୦ ଦିନିଆ ଏହି ଶସ୍ତାପ୍ଲାନ ସାମ୍ନାରେ ଫେଲ୍ ହେଲା BSNL
ଗତ ବର୍ଷ ଜୁଲାଇରେ ଜିଓ ଏହାର ପ୍ରିପେଡ୍ ପ୍ଲାନ ଗୁଡିକର ହାର ବୃଦ୍ଧି କରିଛି। ତଥାପି, କମ୍ପାନୀର ଏପର୍ଯ୍ୟନ୍ତ ଅନେକ ଶସ୍ତା ରିଚାର୍ଜ ଯୋଜନା ଅଛି, ଯେଉଁଥିରେ ଉପଭୋକ୍ତାମାନଙ୍କୁ ଅନ୍ୟ କମ୍ପାନୀ ଅପେକ୍ଷା ଉତ୍ତମ ସୁବିଧା ପ୍ରଦାନ କରାଯାଉଛି।
ନୂଆଦିଲ୍ଲୀ: ଜିଓ ନିଜ ୟୁଜର୍ସଙ୍କ ପାଇଁ ଅନେକ ସାରା ପ୍ଲାନରେ ପରିବର୍ତ୍ତନ କରିଛି। ଏଥିସହ ନୂଆ ବର୍ଷ ଅବସରରେ ୨୦୨୫ ଟଙ୍କିଆ ଏକ ଶସ୍ତା ପ୍ଲାନ ଜାରି କରିଛି। କମ୍ପାନୀ ପାଖରେ ବର୍ତ୍ତମାନ ୭୦ ଦିନିଆ ଭ୍ୟାଲିଡିଟିର ଏକ ଶସ୍ତା ପ୍ଲାନ ଅଛି। ଜିଓର ଏହି ପ୍ଲାନ ବିଏସଏନଏଲର ୭୦ ଦିନିଆ ଭ୍ୟାଲିଡିଟିର ପ୍ଲାନ ତୁଳନାରେ ଭଲ ରହିଛି। ଆସନ୍ତୁ, ଜାଣିବା ଜିଓ ଏବଂ ବିଏସଏନଏଲର ୭୦ ଦିନିଆ ଶସ୍ତା ପ୍ଲାନ ବିଷୟରେ..
ଜିଓର ୭୦ ଦିନିଆ ପ୍ଲାନ: ଜିଓର ଏହି ପ୍ରିପେଡ ପ୍ଲାନ ୬୬୬ ଟଙ୍କା ମୂଲ୍ୟରେ ଆସୁଛି। ଏହି ପ୍ଲାନରେ ମିଳୁଥିବା ବେନିଫିଟ୍ସ କଥା କହିଲେ, ୟୁଜର୍ସଙ୍କୁ ଏଥିରେ ସାରା ଭାରତରେ ଯେକୌଣସି ନେଟୱର୍କ ଉପରେ ଅନଲିମିଟେଡ ଫ୍ରୀ କଲିଂର ଲାଭ ମିଳିଥାଏ। ଏହା ବ୍ୟତୀତ ୟୁଜର୍ସଙ୍କୁ ଏହି ପ୍ରିପେଡ ପ୍ଲାନରେ ନେସନାଲ ରୋମିଂ ସହ ଡେଲି ୧.୫ ଜିବି ହାଇ ସ୍ପିଡ ଡାଟାର ଲାଭ ମିଳିଥାଏ। ଏହି ପ୍ଲାନରେ ଜିଓ ୟୁଜର୍ସଙ୍କୁ ୧୦୫ ଜିବି ଡାଟା ମିଳିଥାଏ। ଏହା ବ୍ୟତୀତ ଏହି ପ୍ଲାନ ଡେଲୀ ୧୦୦ଟି ଫ୍ରୀ ଏସଏମଏସ ସହ ଆସିଥାଏ। ଏଥିସହ ୟୁଜର୍ସଙ୍କୁ Jio TV, Jio Cinema ଏବଂJio Cloud ର ଆକ୍ସେସ ମିଳିବ।
ବିଏସଏନଏଲର ୭୦ ଦିନିଆ ପ୍ଲାନ: ସରକାରୀ ଟେଲିକମ କମ୍ପାନୀର ୭୦ ଦିନିଆ ପ୍ରିପେଡ ପ୍ଲାନ ପାଇଁ ଆପନଙ୍କୁ ୧୯୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ବିଏସଏନଏଲର ଏହି ପ୍ଲାନରେ ୟୁଜର୍ସଙ୍କୁ ୧୮ ଦିନ ପାଇଁ ସାରା ଭାରତରେ ଯେକୌଣସି ନେଟୱର୍କରେ କଲ କରିବାକୁ ଅନଲିମିଟେଡ ଫ୍ରୀ କଲିଂର ଲାଭ ମିଳିବ। ଆରମ୍ଭରୁ ୧୮ ଦିନ ପର୍ଯ୍ୟନ୍ତ ଡେଲି ୨ଜିବି ହାଇସ୍ପିଡ ଡାଟା ମିଳିବ। ସେହିପରି ୧୮ ଦିନ ଆରମ୍ଭରୁ କଲିଂ ବା ଡାଟା ପାଇଁ ଟପ-ଅପ ରିଚାର୍ଜ କରିବାକୁ ପଡିବ।