jioର ସବୁଠୁ ଶସ୍ତା 3 ରିଚାର୍ଜ ପ୍ଲାନ, 28ଦିନରୁ 11 ମାସର ମିଳିବ Validity
ୟୁଜର୍ସଙ୍କ ପାଇଁ ଶସ୍ତା ରିଚାର୍ଜ ପ୍ଲାନ ଆଣିଲା ଜିଓ । କମ୍ ଟଙ୍କାରେ ପାଆନ୍ତୁ ଅଧିକ ଦିନର ଭାଲିଡିଟି ।
ନୂଆଦିଲ୍ଲୀ: ଜିଓ ବର୍ତ୍ତମାନ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଚ କରିବାକୁ ନୂଆନୂଆ ପ୍ଲାନ ଲଞ୍ଚ କରୁଛି । ଜିଓ ପୋର୍ଟାଲ ଏବଂ ଆପରେ ରିଚାର୍ଜ ପ୍ଲାନ ଉପଲବ୍ଧ ରହିଛି । ଏହାର ଅଲଗା ଅଲଗା ଦାମ୍ ଏବଂ ବେନିଫିଟ୍ସ ରହିଛି ।
ଜିଓର ଏହି ପ୍ରିପେଡ ପ୍ଲାନରେ ଭେଲ୍ୟୁ ନାମକ ଏକ କ୍ୟାଟେଗୋରୀ ରହିଛି । ଏଥିରେ ଭାଲ୍ୟୁ ନାମକ ଏକ କ୍ୟାଟେଗୋରୀ ରହିଛି । ଏହି କ୍ୟାଟେଗୋରୀରେ 3ଟି ରିଚାର୍ଜ ପ୍ଲାନ ରହିଛି । ଯାହାକି ଏହି ସେଗମେଣ୍ଟର ସବୁଠୁ ଶସ୍ତା ପ୍ଲାନ ରହିଛି ।
ଜିଓର ଭେଲ୍ୟୁ କ୍ୟାଟେଗୋରିରେ ୟୁଜର୍ସଙ୍କୁ 28 ଦିନର ଭାଲିଡିଟି ମିଳିଥାଏ । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂର ସୁବିଧା ମିଳିଥାଏ । ଏହାସହିତ ଏସଏମଏସ ଆକ୍ସେସ ମଧ୍ୟ ମିଳିଥାଏ । ଜିଓର 189 ଟଙ୍କିଆ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ 2ଜିବି ଇଣ୍ଟରନେଟ୍ ଆକ୍ସେସ ମିଳିବ ।
ଜିଓର 448 ଟଙ୍କିଆ ରିଚାର୍ଜ ପ୍ଲାନରେ 84 ଦିନର ଭାଲିଡିଟି ମିଳିଥାଏ । ଏହା 84 ଦିନିଆ ସବୁଠାରୁ ଶସ୍ତା ପ୍ଲାନ ଅଟେ । ଏହାସହିତ ଅନଲିମିଟେଡ୍ କଲିଂ ସହିତ ଏସଏମଏସ ସୁବିଧା ମଧ୍ୟ ମିଳିଥାଏ ।
ଜିଓର 11 ମାସିଆ ରିଚାର୍ଜ ପ୍ଲାନର ଦାମ୍ 1748 ଟଙ୍କା ଅଟେ । ଏଥିରେ ୟୁଜର୍ସଙ୍କୁ 336 ଦିନର ଭାଲିଡିଟି ମିଳିଥାଏ । ଅନଲିମିଟେଡ୍ କଲିଂ ସାଙ୍ଗକୁ 3600 ଏସଏମଏସ ସୁବିଧା ମଧ୍ୟ ରହିଛି ।