fbpx

ଉଚ୍ଚ ସ୍ତରରେ ପହଞ୍ଚିଲା ଜିଓ ଫାଇନାନ୍ସିଆଲ ସର୍ଭିସେଜ, ଦୁଇ ମାସରେ ୫୦ ପ୍ରତିଶତ ବଢିଲା ସେୟାର

ନୂଆଦିଲ୍ଲୀ: ସୋମବାର ଦିନ ସେୟାର ବଜାରରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି, ହେଲେ ରିଲାଏନ୍ସ ଗ୍ରୁପର ଫିନଟେକ କମ୍ପାନୀ ଜିଓ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ଷ୍ଟକ ଲାଇଫଟାଇମ ହାଇରେ ପହଁଚିଛି । ଜିଓ ଫାଇନାନସିଆଲର ସେୟାର ଦିନର ଟ୍ରେଡ ସମୟରେ ହାରାହାରି ୮ ପ୍ରତିଶତ ଅତିକ୍ରମ କରି ୩୫୯.୮୫ ଟଙ୍କା ରେକର୍ଡ ହାଇରେ ପହଁଚିଛି । ବଜାର ବନ୍ଦ ହେବା ସମୟର ସେୟାର ୬.୫୧ ପ୍ରତିଶତ ବଢିବା ସହ ୩୫୫.୬୫ ଟଙ୍କାରେ କ୍ଲୋଜ ହୋଇଛି, ଯାହାକି ଉଚ୍ଚତମ କ୍ଲୋଜିଙ୍ଗ ସ୍ତର ଅଟେ ।

ସକାଳେ ଜିଓ ଫାଇନାନସିଆଲ ସର୍ଭିସେଜର ସେୟାର ୩୩୬.୯୦ ଟଙ୍କାରେ ଖୋଲିଥିଲା ଏବଂ ଗତ ଉଚ୍ଚ ଲେବଲ ୩୪୮ ଟଙ୍କାକୁ ପାର କରି ଷ୍ଟକ ୩୬୦ ଟଙ୍କା ପାଖାପାଖି ପହଁଚିଛନ୍ତି ଏବଂ ଷ୍ଟକ ୩୬୦ ଟଙ୍କାରେ ପହଁଚିଛି । ଜିଓ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ମାର୍କେଟ କ୍ୟାପିଟାଲାଇଜେସନ ୨.୨୬ ଲକ୍ଷ କୋଟି ଟଙ୍କାରେ ପହଁଚିଛି । ୨୫ ଜାନୁଆରୀ ୨୦୨୪ରେ ଜିଓ ଫାଇନାନସିଆଲର ସେୟାର ୨୪୦ ଟଙ୍କା ପାଖାପାଖି ଥିଲା ଏବଂ ଦୁଇ ମାସରୁ କମ ସମୟ ଷ୍ଟକରେ ଏହି ଲେବଲରୁ ୫୦ ପ୍ରତିଶତ ପାଖାପାଖି ପହଁଚିଛି ଏବଂ ୧୨୦ ଟଙ୍କା ଅତିକ୍ରମ କରି ଷ୍ଟକ ୩୬୦ ଟଙ୍କା ପାଖାପାଖି ଯାଇ ପହଁଚିଛି । ୨୧ ଅଗଷ୍ଟ ୨୦୨୩ରେ ଷ୍ଟକ ଏକ୍ସଚେଞ୍ଜ ଉପରେ ଲିଷ୍ଟିଙ୍ଗ ପରେ ଜିଓ ଫାଇନାନସିଆଲର ସେୟାର ୨୩ ଅକ୍ଟୋବର ୨୦୨୩ରେ ଷ୍ଟକ ୨୦୪.୨୫ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଯାଇଥିଲା । ୬ ମାସ ମଧ୍ୟରେ ତଳ ସ୍ତରରୁ ସେୟାରରେ ୭୬.୩୭ ପ୍ରତିଶତ ବଢିଛି ।

Get real time updates directly on you device, subscribe now.