fbpx

(Video) ସତ ପ୍ରେମର ଭିନ୍ନ ଏକ ଉଦାହରଣ; ବରର ଗୋଡ଼ ନଥିଲେ ବି ଝିଅର କଥା ଶୁଣି ରାଜି ହୋଇଗଲେ ବାପା…

ବାଲେଶ୍ୱର: ପ୍ରେମ କେଉଁଠି, କେମିତି, କାହା ସହିତ ହୋଇଯାଏ ସେ ବିଷୟରେ କେହି କହିପାରିବେ ନାହିଁ । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ତ ଅନ୍ଧ । ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ, ଅକ୍ଷମତା କିଛି ବି ମାନେ ରଖେନାହିଁ । ଏମିତି ହିଁ ଏକ ପ୍ରେମ କାହାଣୀ ଏବେ ନଜରକୁ ଆସିଛି । ଜଣେ ଦିବ୍ୟାଙ୍ଗ ପ୍ରେମିକ ପାଇଁ ନିଜ ପରିବାର ସହ ଲଢି ଶେଷରେ ତାଙ୍କୁ ପତି ଭାବେ ଗ୍ରହଣ କରିଛନ୍ତି ଏହି ଯୁବତୀ ଜଣକ । ଆଜିର ଯୁବପିଢି ପ୍ରମର ପରିଭାଷାକୁ ଭିନ୍ନ ନଜରରେ ଦେଖୁଥିବା ବେଳେ ବିଦୁସ୍ମିତା ଓ ବସନ୍ତଙ୍କ ପାଇଁ ଏହାର ମାନେ ଭିନ୍ନ । ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ସତରେ ପ୍ରେମ ପବିତ୍ର ଶାଶ୍ୱତ ଓ ଚିରନ୍ତନ । ପ୍ରେମ ମାନେନା ବାଧା କି ବନ୍ଧନ । ତେବେ ନିଜ ଦୁଇଟି ଗୋଡ଼ ହରାଇଥିବା ଏହି ଦିବ୍ୟାଙ୍ଗ ଯୁବକଙ୍କୁ ବିବାହ କରି ସମାଜ ପାଇଁ ପ୍ରେରଣା ସାଜିଛନ୍ତି ବିଦୁସ୍ମିତା ।
ମନ୍ଦିରରେ ସମ୍ପନ୍ନ ହୋଇଛି ବାହାଘର । ଉପସ୍ଥିତ ଥିଲେ ବନ୍ଧୁ ବାନ୍ଧବ । ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବ୍ରାହ୍ମଣଙ୍କ ମନ୍ତ୍ର ପାଠ, ସାଙ୍ଗକୁ ହୋମ ନିଆଁକୁ ସାକ୍ଷି ରଖି ଉଭୟ ସାତ ଜନ୍ମପାଇଁ ଜୀବନ ସାଥୀ ରୂପେ ବାନ୍ଧି ହୋଇଥିଲେ ।

ତେବେ ସୂଚନା ଥାଉକି, ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡେରେଇ ପଞ୍ଚାୟତ ସେରପୁର ଅଞ୍ଚଳର ପିତାମ୍ବର ପାଣିଗ୍ରାହୀଙ୍କ ପୁଅ ବସନ୍ତ ପାଣିଗ୍ରାହୀ ୨୦୧୬ ମସିହାରେ ତିହିଡି ବ୍ଲକ ତଳବନ୍ଧ ଗ୍ରାମର ମାୟାଧର ଲେଙ୍କାଙ୍କ ଝିଅ ବିଧୁସ୍ମିତାଙ୍କୁ ପ୍ରେମ କରୁଥିଲେ ।୨୦୨୧ ମସିହାରେ ବସନ୍ତ ଭଦ୍ରକ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀ ଗଡ଼ିଆ ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇଥିଲେ ।ଦୀର୍ଘ ୩ ବର୍ଷ ଚିକିତ୍ସା ହୋଇ ଶଯ୍ୟାଶାୟୀ ଥିଲେ । ତାଙ୍କର ଅଣ୍ଟା ଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଅଚଳ ହୋଇଯାଇଛି । ବର୍ତ୍ତମାନ ସେ ଟଲିରିକ୍ସାରେ ଯାତାୟତ କରୁଛନ୍ତି ।ବସନ୍ତର ଏ ଅବସ୍ଥା ପରେ ବି ବିଧୁସ୍ମିତା ଏବଂ ବସନ୍ତର ପ୍ରେମ ଅତୁଟ ରହିଲା । ବିଧୁସ୍ମିତା ପ୍ରେମ ଆଗରେ ହାର ମାନିଲା ବସନ୍ତର ଦୁଇ ଗୋଡ଼ ଅଚଳ ।ବିଧୁସ୍ମିତା ବାପା ଓ ପରିବାରର ସମସ୍ତଙ୍କର ଅନୁରୋଧକୁ ପ୍ରତ୍ୟାଖାନ କରି ବସନ୍ତର ହାତ ଧରିଲା । ତାର ଦୃଢ଼ ଇଚ୍ଛାଶକ୍ତି ରହିଛି ବସନ୍ତକୁ ଛିଡ଼ା କରି ଦୁଇ ଗୋଡ଼ରେ ଚଲେଇବ । ବିଦୁସ୍ମିତା ଇଛାକୁ ସମ୍ମାନ ଦେଇ ବାପା ମାୟାଧର ଶେଷରେ ଉଭୟଙ୍କର ବିବାହ ଆଜି ସିମୁଳିଆ ବ୍ଲକ ଜାମୁଝାଡ଼ି ପଞ୍ଚାୟତ ମା’ ତାରିଣୀ ମନ୍ଦିରରେ ବିବାହ ସମ୍ପନ୍ନ କରାଇ କାନ୍ଦି କାନ୍ଦି ଝିଅର ମଙ୍ଗଳ କାମନା କରିଥିଲେ।

Get real time updates directly on you device, subscribe now.