fbpx

(Video) ମାତ୍ର ୫ ଟଙ୍କାରେ JIO ଦେଉଛି ବୁଷ୍ଟର ପ୍ଲାନ୍: ଅନଲିମିଟେଡ୍ କଲିଂ ସହ ପାଇବେ ଡାଟା ସୁବିଧା

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ(Relience JIO)ର ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ୟୁଜରଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ନିକଟରେ JIO ନିଜର ପ୍ରିପେଡ ଏବଂ ପୋଷ୍ଟପେଡ୍ ସମସ୍ତ ରିଚାର୍ଜ ପ୍ଲାନ ବୃଦ୍ଧି କରିଛି । ଏହାବ୍ୟତୀତ କମ୍ପାନୀ ତରଫରୁ ନୂଆ 5G ପ୍ଲାନ ଲଞ୍ଚ୍ କରିବ ବୋଲି ମଧ୍ୟ ସଂକେତ ଦେଇଥିଲା । ବର୍ତ୍ତମାନ ଏହି ପ୍ରତିଶ୍ରୁତିକୁ ପୂରଣ କରିଛି ରିଲାଏନ୍ସ ଜିଓ । ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ଅସନ୍ତୁଷ୍ଟ ୟୁଜରଙ୍କୁ ଜିଓ ଦେଇଛି ବଡ଼ ଉପହାର । Reliance JIO  ୟୁଜରଙ୍କ ପାଇଁ ନୂଆ 5G ବୁଷ୍ଟର ପ୍ଲାନ ଲଞ୍ଚ୍ କରିଛି ।

ଜିଓ ପକ୍ଷରୁ ଏବେ ଅଫର ହେଉଛି ନୂଆ ପ୍ଲାନ । ଯଦି ଆପଣ ବି କିଛି ନୂଆ ପ୍ଲାନ ସର୍ଚ କରୁଛନ୍ତି ତେବେ ଜିଓର ଏହି ଅନଲିମିଟେଡ କଲିଂ ପ୍ଲାନ ଆପଣଙ୍କ ପାଇଁ ଭଲ ଅପ୍ସନ ପ୍ରମାଣିତ ହୋଇପାରେ । ଖାସ କଥା ହେଲା କି, ଏହାକୁ ଆପଣ ମାଇ ଜିଓ ଆପରେ ହିଁ କେବଳ ରିଚାର୍ଜ କରିପାରିବେ । କୌଣସି ପ୍ରକାରର ଥାର୍ଡ ପାର୍ଟି ଆପ ରେ ଏହି ପ୍ଲାନ ଉପଲବ୍ଧ ନାହିଁ । ଅର୍ଥାତ ଆପଣଙଅକୁ ଆପ୍ସର ସାହାରା ନେବାକୁ ପଡିବ । ଜିଓ ୧୮୯୯ ରିଚାର୍ଜ ପ୍ଲାନ ହେଉଚି ଏକ ଏମିତି ପ୍ଲାନ । ଏହାର ଭାଲିଡିଟି ୩୩୬ ଦିନର ଆସେ । ଅର୍ଥାତ ପ୍ରତିଦିନ ଆପଣ ୫ ଟଙ୍କା ଦେଲେ ଆପଣଙ୍କୁ ଅନଲିମିଟେଡ୍ କଲିଂ, ଡାଟା ଓ SMS ମିଳିବ । ଯଦିଓ ଏଥିରେ ଡାଟା ୨୪ ଜିବି ମିଳେ, ହେଲେ ଏହି ପ୍ଲାନ ଏମିତି ବ୍ୟବହାରକାରୀଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହୁଏ, ଯିଏ କେହି ବି ଭଲ ପ୍ଲାନ ସନ୍ଧାନରେ ଥାଆନ୍ତି । କାରଣ ଏଥିରେ ମିଳୁଥିବା ଅଫର୍ସ ର କିଛି ତୁଳନା ନାହିଁ ।

ପ୍ଲାନର ଆଭରେଜ କାଷ୍ଟିଂ ଯଦି ଦେଖିବା, ତେବେ ଏହା ପ୍ରତିଦିନ ୫ ଟଙ୍କା ହିସାବରେ ମିଳେ । ଏହାପରେ ଆପଣଙ୍କୁ କଲିଂ ପାଇଁ ଚିନ୍ତା କରିବା ଦରକାର ନାହିଁ । ଏହାକୁ କମ୍ପାନୀ ଆନୁଆଲ ପ୍ଲାନ ହିସାବରେ ବିକ୍ରି କରେ । ଯଦିଓ ଏହି ପ୍ଲାନ ପୂର୍ବରୁ ବହୁତ ଶସ୍ତା ଥିଲା ଓ ଏଥିପାଇଁ ଆପଣଙ୍କୁ ୧୫୯୯ ଟଙ୍କା ଖର୍ଚ ହେଉଥିଲା । ହେଲେ ଜୁଲାଇ ୩ରୁ ଦାମ ବଢିବା ପରେ ଏହି ପ୍ଲାନ ମହଙ୍ଗା ହୋଇଛି । ଏବେ ଏହାକୁ କିଣିବା ପାଇଁ ଆପଣଙ୍କୁ ଅଧ୍ଖଳ ଟଙ୍କା ଦେବାକୁ ପଡିବ । ହେଲେ ଯଦି କେହି ବର୍ଷିକିଆ ପ୍ଲାନ ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହେବ । ସେଥିପାଇଁ ଏହାକୁ ଆପଣ ନିଜ ଲିଷ୍ଟରେ ସାମିଲ କରିପାରନ୍ତି ।

Get real time updates directly on you device, subscribe now.