fbpx
BJD SKY
BJD SKY

Jio ଲଞ୍ଚ କଲା ଖାସ୍  ପ୍ଲାନ୍: ଏକ ବର୍ଷ ପର୍ଯ୍ୟନ୍ତ ମିଳିବ ପ୍ରତିଦିନ ୨ ଜିବି ଡାଟା ଏବଂ କଲିଂ 

BJD

ନୂଆଦିଲ୍ଲୀ: ଟେଲିକମ୍ ଇଣ୍ଡଷ୍ଟ୍ରିରେ ଜିଓ ଏହାର ୬ ବର୍ଷ ପୂରା ହେବା ଅବସରରେ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି । ଅବଶ୍ୟ ଏହି ପ୍ଲାନ୍ ରେ ବିଶେଷ କିଛି ନୂଆ ନାହିଁ । କିନ୍ତୁ ଅତିରିକ୍ତ ବେନିଫିଟ୍ ଦିଆଯାଉଛି । ଜିଓର ଏହି ନୂଆ ପ୍ଲାନ ଏକ ବର୍ଷ ଅର୍ଥାତ୍ ୩୬୫ ଦିନର ବୈଧତା ସହ ରହିଛି । ଏଥିରେ ଆପଣଙ୍କୁ କଲିଂ, ଡାଟା ଏବଂ ଏସଏମଏସ ବେନିଫିଟ୍ ମିଳିଥାଏ ।

ଏହା ସହ ଗ୍ରାହକଙ୍କୁ ଜିଓ ସିନେମା, ଜିଓ ଟିଭି ଏବଂ ଅନ୍ୟ ଜିଓ ଆପ୍ସର କମ୍ପଲିମେଣ୍ଟାରୀ ସବସ୍କ୍ରିପସନ ମିଳିବ । ଏହି ରିଚାର୍ଜ ସହ ଗ୍ରାହଙ୍କୁ ୭୫ ଜିବିର ଅତିରିକ୍ତ ଡାଟା, ଜିଓ ସାଭନ ସବସ୍କ୍ରିପସନ ସହ ଅନ୍ୟ ବେନିଫିଟ୍ ମିଳିବ । ଆସନ୍ତୁ ଜାଣିବା ଜିଓର ଲେଟେଷ୍ଟ ପ୍ଲାନ୍ସରେ ମିଳୁଥିବା ବେନିଫିଟ୍ ବିଷୟରେ ।

Jioର ୩୬୫ ଦିନର ନୂଆ ପ୍ଲାନ୍:

Jio ର ୨,୯୯୯ ଟଙ୍କାର ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୩୬୫ ଦିନରେ ବୈଧତା ମିଳିଥାଏ । ଏହି ପ୍ଲାନରେ ପ୍ରତିଦିନ ୨.୫ ଜିବି ଡାଟା ସହ ଆସିଥାଏ । ଏହି ପୂରା ପ୍ଲାନରେ ଆପଣଙ୍କୁ ୯୧୨.୫ ଜିବି ଡାଟା ମିଳିବ । ଏହା ସହ ଗ୍ରାହକଙ୍କୁ ଅନଲିମିଟେଡ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଏବଂ ଡିଜନୀ+ ହଟଷ୍ଟାର ମୋବାଇଲ ସବସ୍କ୍ରିପ୍ସନ ମଧ୍ୟ ମିଳିଥାଏ । ପ୍ଲାନରେ ଗ୍ରାହକଙ୍କୁ ଜିଓ ଆପ୍ସର ସବସ୍କ୍ରିପସନ ମଧ୍ୟ ମିଳିବ ।

୬ ବର୍ଷ ପୂରଣ ଅବସରରେ ଜିଓ ଏହି ରିଚାର୍ଜ ସହ ୬ ଅତିରିକ୍ତ ବେନିଫିଟ୍ ଅଫର କରୁଛି । ଏଥିରେ ଆପଣଙ୍କୁ ଅତିରିକ୍ତି ବେନିଫିଟ୍ ଭାବରେ Disney+Hotstar ମୋବାଇଲ ସବସ୍କ୍ରିପସନ ମିଳିବ । ଏଥିରେ ଆପଣଙ୍କୁ ଅତିରିକ୍ତ ୭୫ ଜିବି ଡାଟା ମିଳିବ । ଏହା ସହ Ajio, Netmeds, Ixigo, Reliance Digital ଏବଂ ଜିଓ ସାଭନ ପ୍ରୋ କୂପନ ମିଳିବ ।

Get real time updates directly on you device, subscribe now.