fbpx

BJP ପକ୍ଷରୁ ୧୫ଟି ରାଜ୍ୟରେ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀଙ୍କୁ ମିଳିଲା ନିଯୁକ୍ତି: ଓଡ଼ିଶାର ନେତାଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରିସାରିଲେଣି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ନିକଟରେ ବିଜେପି ଓଡ଼ିଶାର ନୂଆ ପ୍ରଭାରୀ ଭାବେ ସୁନୀଲ ବଂସଲଙ୍କୁ ଦାୟିତ୍ୱ ଦେଇଥିଲା । ଏବେ ଦଳ ପକ୍ଷରୁ ୧୫ଟି ରାଜ୍ୟ ପାଇଁ ନୂଆ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ବିହାର ପାଇଁ ପ୍ରଭାରୀ ଓ ସହପ୍ରଭାରୀ ଭାବେ ଯଥାକ୍ରମେ ବିନୋଦ ତାଓଡ଼େ ଓ ହରିଶ ଦ୍ୱିବେଦୀ ନିଯୁକ୍ତି ପାଇଛନ୍ତି । ସେହିପରି ଛତିଶଗଡ଼- ଓମ ମାଥୁର, ନୀତିଶ ନବୀନ, ଦାଦ୍ରା ଓ ନଗର ହାବେଳି- ବିନୋଦ ସୋଙ୍କାର ପ୍ରଭାରୀ, ହରିୟାଣା- ବିପ୍ଲବ କୁମାର ଦେବ ପ୍ରଭାରୀ, ଝାରଖଣ୍ଡ- ଲକ୍ଷ୍ମୀକାନ୍ତ ବାଜପାୟୀ ପ୍ରଭାରୀ, କେରଳ- ପ୍ରକାଶ ଜାଭଡ଼େକର, ଡ. ରାଧା ମୋହନ ଅଗରୱାଲ, ଲାକ୍ଷାଦ୍ୱୀପ- ରାଧା ମୋହନ ଅଗରୱାଲ ପ୍ରଭାରୀ, ମଧ୍ୟପ୍ରଦେଶ- ପି.ମୁରଲୀଧର ରାଓ ପ୍ରଭାରୀ, ପଙ୍କଜ ମୁଣ୍ଡେ, ରାମ ଶଙ୍କର କାଥେରିଆ ନିଯୁକ୍ତି ପାଇଛନ୍ତି ।

ପଞ୍ଜାବ- ବିଜୟଭାଇ ରୁପାନୀ, ଡ. ନରିନ୍ଦର ସିଂହ ରୈନା, ତେଲେଙ୍ଗାନା- ତରୁଣ ଛୁଗ, ଅରବିନ୍ଦ ମେନନ, ଚଣ୍ଡିଗଡ଼- ବିଜୟଭାଇ ରୁପାନି ପ୍ରଭାରୀ, ରାଜସ୍ଥାନ- ଅରୁଣ ସିଂହ, ବିଜୟ ରାହାତକାର, ତ୍ରିପୁରା- ଡ. ମହେଶ ଶର୍ମା ପ୍ରଭାରୀ, ପଶ୍ଚିମବଙ୍ଗ- ମଙ୍ଗଳ ପାଣ୍ଡେ ପ୍ରଭାରୀ, ଅମିତ ମାଲବ୍ୟ, ସୁଶ୍ରୀ ଆଶା ଲାକ୍ରା ସହପ୍ରଭାରୀ, ଉତ୍ତର-ପୂର୍ବ ରାଜ୍ୟ- ଡ. ସମ୍ବିତ ପାତ୍ର, କୋ-ଅର୍ଡିନେଟର, ରିତୁରାଜ ସିହ୍ନା ଯୁଗ୍ମ କୋ-ଅର୍ଡିନେଟର ।

Get real time updates directly on you device, subscribe now.