fbpx

ଠପ୍ ହେଲା Jio: ମୋବାଇଲରୁ ନେଇ ବ୍ରଡବ୍ୟାଣ୍ଡ ପର୍ଯ୍ୟନ୍ତ ସବୁକିଛି ଡାଉନ୍, ଟ୍ୱିଟରେ #JioDown କରୁଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଜିଓ ନେଟୱାର୍କ ଠପ୍ ହୋଇଛି । ଏକ ରିପୋର୍ଟ ଅନୁସାରେ, ରିଲାଏନ୍ସ ଜିଓ ମୋବାଇଲ୍ ଏବଂ Jio Fiber ସେବା ସମଗ୍ର ଭାରତରେ ଅନେକ ବ୍ୟବହାରକାରୀଙ୍କ ପାଇଁ ବନ୍ଦ ହୋଇଛି । ଅନେକ ଜିଓ ଗ୍ରାହକ ଟ୍ୱିଟରରେ କହିଛନ୍ତି ଯେ, ସେମାନେ ଜିଓ ନେଟୱାର୍କ ମାଧ୍ୟମରେ ଇଣ୍ଟରନେଟର ବ୍ୟବହାର କରିନାରୁ ନାହାଁନ୍ତି । ସେହିଭଳି ଅନେକ ଜିଓ ଫାଇବର ବ୍ରଡବ୍ୟାଣ୍ଡ ବ୍ୟବହାରକାରୀ ରିପୋର୍ଟ କରିଛନ୍ତି ଯେ, ସେମାନେ ଘରେ ଇଣ୍ଟରନେଟ ବ୍ୟବହାର କରିପାରୁ ନାହାଁନ୍ତି ।

ଡାଉନଡିଟେକ୍ଟର ଅନୁଯାୟୀ, ଜିଓ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ସେବା ଆଜି ସକାଳୁ ଧିମି ଚାଲୁଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ ରୁ ଅଧିକ ରିପୋର୍ଟ ଆସିସାରିଛି, ଯେଉଁଥିରେ ବ୍ୟବହାରକାରୀମାନେ ଜିଓ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ସେବା ବ୍ୟବହାର କରିବାରେ ଅସମର୍ଥ ହେଉଥିବା କହିଛନ୍ତି । ଡାଉନ୍ ଡିଟେକ୍ଟର ଅନୁଯାୟୀ, ସକାଳ ୯.୩୦ ରୁ ଜିଓର ସର୍ଭରରେ ସମସ୍ୟା ଆସୁଛି । ୧୧ ରେ ସ୍ପାଇକ୍ ଟପରେ ରହିଛି । ଏଥି ସହିତ ଉପଭୋକ୍ତାମାନେ ବର୍ତ୍ତମାନ ଟ୍ୱିଟରରେ ଅଭିଯୋଗ କରୁଛନ୍ତି ଏବଂ JioDown ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଚଣ୍ଡିଗଡ଼, ଦିଲ୍ଲୀ-ଏନସିଆର, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା ଏବଂ ଇଣ୍ଟରନେଟ ଚାଲୁ ନ ଥିବା ଅନେକ ସହରରେ ଜିଓ ଫାଇବର କାମ କରୁନାହିଁ । ଉପଭୋକ୍ତାମାନେ ବର୍ତ୍ତମାନ ଟ୍ୱିଟରରେ ଅଭିଯୋଗ କରି ନିଜର କ୍ରୋଧ ପ୍ରକାଶ କରୁଛନ୍ତି । ଦେଖନ୍ତୁ କିଛି ଟ୍ୱିଟ୍….

Get real time updates directly on you device, subscribe now.