fbpx
BJD
BJD SKY
BJD SKY

ଆସିଲା ଋଷୀୟ ପର୍ଯ୍ୟଟକଙ୍କ ପୋଷ୍ଟମଟମ ରିପୋର୍ଟ: କଣ କହୁଛି ରିପୋର୍ଟ ଜାଣନ୍ତୁ

ଭୁବନେଶ୍ୱର: ଆସିଲା ଋଷୀୟ ପର୍ଯ୍ୟଟକଙ୍କ ପୋଷ୍ଟମଟମ ରିପୋର୍ଟ । ତେବେ ପୋଷ୍ଟମଟମ ରିପୋର୍ଟରେ କଣ ରହିଛି ତାହା ବିଷୟରେ ପୋଲିସ କୌଣସି ସୂଚନା ଦେଇ ନାହିଁ। ସୂଚନାମୁତାବକ ରାୟଗଡ଼ାର ଏକ ହୋଟେଲରେ ରହୁଥିବା ରୁଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମଙ୍କର ଶନିବାର ସଂଧ୍ୟାରେ ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ବରଣ କରିଥିବା ପାୱେଲ୍ ଆନ୍ଥେମ୍ ହେଉଛନ୍ତି ରୁଷିଆର ଜଣେ ଧନୀ ସାଂସଦ । ତାଙ୍କ ପୋଷ୍ଟମଟମ ରିପୋର୍ଟ ରେ କଣ ସୂଚନା ରହିଛି ତାହା ପୋଲିସ କାହାକୁ ସୂଚନା ଦେଇନାହିଁ। ଏହି ରିପୋର୍ଟରୁ ହିଁ ଜଣା ପଡିବ ଯେ ତାଙ୍କ ମୃତ୍ୟୁ କିପରି ହୋଇଥିଲା ।

ଗତ କଲି ଭୁବନେଶ୍ୱର କ୍ରାଇମବ୍ରାଞ୍ଚଙ୍କ ନିକଟରେ ଅନ୍ୟ ଦୁଇ ଜଣ ଋଷ ନାଗରିକ ହାଜର ହୋଇଥିଲେ । ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। ଆତ୍ମହତ୍ୟା କରିଥିବା ସନ୍ଦେହରେ ରାୟଗଡ଼ା ପୋଲିସ ତଦନ୍ତ କରୁଥିବାବେଳେ ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରିବ ବୋଲି ସୂଚନା ମିଳିଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚରେ ତଦନ୍ତ ହେବ ବୋଲି ପୋଲିସ ଡିଜି ସୁନୀଲ ବଂଶଲ ସୂଚନା ଦେଇଥିଲେ ।

ଯେଉଁ ହୋଟେଲରେ ମୃତ୍ୟୁ ହୋଇଛି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସେହି ହୋଟେଲରେ ଯାଞ୍ଚ କରିଛନ୍ତି । ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ମଧ୍ୟ ଯାଞ୍ଚରେ ସାମିଲ ହୋଇଥିଲେ। ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ସେହିପରି ପୋଷ୍ଟମର୍ଟମ ସମୟର ଭିଡିଓ ରେକର୍ଡିଂ କରାଯାଇଥିଲା। ବର୍ତ୍ତମାନ ସବୁ ରିପୋର୍ଟ ପୋଲିସଙ୍କ ନିକଟରେ ଅଛି । ଖୁବ ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.