fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ: ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି । ତାଙ୍କୁ ଅହମ୍ମଦାବାଦର ୟୁଏନ ମେହତା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅବଶ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି ।

ଅନ୍ୟପଟେ ହୀରାବେନଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତାଙ୍କ ଅବସ୍ଥା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ କୈଳାଶନାଥନ ୟୁଏନ୍ ମେଡିକାଲରେ ପହଞ୍ଚିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ଙ୍କ ଜନ୍ମ ୧୮ ଜୁନ୍ ୧୯୨୩ରେ ହୋଇଥିଲା । ୧୮ ଜୁନ୍ ୨୦୨୨ରେ ସେ ନିଜ ଜୀବନର ୧୦୦ ବର୍ଷରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ୟୁଏନ୍ ମେହତା ମେଡିକାଲ ପକ୍ଷରୁ ହେଲଥ ବୁଲେଟିନ୍ ଜାରି ହୋଇଛି, ଯେଉଁଥିରେ କୁହାଯାଇଛି କି ମୋଦୀଙ୍କ ମା’ଙ୍କ ସ୍ୱାସ୍ଥବସ୍ଥାରେ ଧିରେ ଧିରେ ସୁଧାର ଆସୁଛି ।

Get real time updates directly on you device, subscribe now.