fbpx

ମାତ୍ର ୪୧୯ ଟଙ୍କାରେ Jio ଦେଉଛି ଦୈନିକ ୩ GB ଡାଟା: ଜାଣନ୍ତୁ ଅଫର ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏକ ଶସ୍ତା ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଆପଣମାନେ ଡାଟା, କଲିଂ ଓ ଏସଏମଏସ୍ କ୍ଷେତ୍ରରେ ବହୁତ ଫାଇଦା ପାଇପାରିବେ ।

ସୂଚନା ମୁତାବକ, ନିକଟରେ ରିଲାଏନ୍ସ ଜିଓ ୩ ଜିବି ଡାଟା ଥିବା ଦୁଇଟି ଅଫର୍ ଲଞ୍ଚ କରିଛି । ପ୍ରଥମ ପ୍ଲାନରେ ଆପଣମାନେ ମାତ୍ର ୪୧୯ ଟଙ୍କାର ରିଚାର୍ଜ କରି ଦୈନିକ ୩ ଜିବି ଡାଟା ପାଇପାରିବେ । ଏହି ପ୍ଲାନର ଅବଧି ୨୮ ଦିନ ପର୍ଯ୍ୟନ୍ତ ରହିଛି । ଏଥିସହିତ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ ଏସଏମଏସ୍, ଜିଓ ଆପ୍ ସବସ୍କ୍ରିପସନ ସୁବିଧା ମିଳୁଛି । ସେହିପରି ଦ୍ୱିତୀୟ ପ୍ଲାନରେ ଆପଣମାନେ ୧୧୯୯ ଟଙ୍କାର ରିଚାର୍ଜ କରି ଦୈନିକ ୩ ଜିବି ଡାଟା ପାଇପାରିବେ । ଏହି ପ୍ଲାନର ଅବଧି ୮୪ ଦିନ ପର୍ଯ୍ୟନ୍ତ ରହିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ଟେଲିକମ ରେଗୁଲେଟୋରୀ ଆଣ୍ଡ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ପକ୍ଷରୁ ଟେଲିକମ୍ କମ୍ପାନୀଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଥିଲା । ସ୍ପାମ୍ କଲିଂ, ମେସେଜ୍ ଓ ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ପାଇଁ ଏହି ନୂଆ ନିର୍ଦ୍ଦେଶନାମାଜାରି କରିଥିଲା ଟ୍ରାଇ । ବ୍ୟକ୍ତିଗତ ନମ୍ବରରୁ କଲ କରୁଥିବା ଟେଲି ମାର୍କେଟ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଟ୍ରାଇ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା । ଯେ କୌଣସି ପ୍ରକାରର ବିଜ୍ଞାପନ ଓ ବ୍ୟବସାୟିକ ଯୋଗାଯୋଗ ପଠାଇବା ନେଇ ଟେଲି ମାର୍କେଟରଙ୍କୁ ଟ୍ରାଇ ପକ୍ଷରୁ ବାରଣ କରାଯାଇଥିଲା ।

Get real time updates directly on you device, subscribe now.