fbpx

ଅବହେଳା ଯୋଗୁଁ ଗଲା ରୋଗୀଙ୍କ ଜୀବନ, କଞ୍ଜ୍ୟୁମର କୋର୍ଟ ଦେଲେ ନ୍ୟାୟ, ମିଳିଲା ୧୭ ଲକ୍ଷ

ନୂଆଦିଲ୍ଲୀ : ଚିକିତ୍ସାରେ ଅବହେଳା ଯୋଗୁଁ କ୍ଷତି ସହିବାକୁ ପଡିଛି ଏକ ଘରୋଇ ଡାକ୍ତରଖାନାକୁ । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ଚିକତ୍ସରାରେ ଅବହେଳା ଯୋଗୁଁ ୧୭.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆଠ ବର୍ଷ ପୂର୍ବେ ଜଣେ ରୋଗୀ ଚିକିତ୍ସାରେ ଅବହେଳା ହେତୁ ମୃତ୍ୟୁ ବରଣ କରିଥିଲେ। ଫେବୃଆରୀ ୨୦୧୪ ରେ ଫୁଲ ବିକୁଥିବା ବିନୋଥ କୁମାର ତାଙ୍କ ପତ୍ନୀ ଭି କାଲାଇଭାନୀଙ୍କୁ ପ୍ରସବ ପାଇଁ ଡବ୍ଲ୍ୟୁସିଏଫ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତାଙ୍କର ରକ୍ତସ୍ରାବ ବନ୍ଦ ହୋଇନଥିଲା । ରକ୍ତସ୍ରାବ ବନ୍ଦ କରିବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର ସାହାଯ୍ୟରେ ମହିଳାଙ୍କ ଗର୍ଭାଶୟକୁ ବାହାର କରିଥିଲେ। ତଥାପି ତାଙ୍କର ରକ୍ତସ୍ରାବ ବନ୍ଦ ହୋଇ ନଥିଲା ଏବଂ ଡାକ୍ତରମାନେ ଆଉ ଏକ ଅସ୍ତ୍ରୋପଚାର କରିଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିଲା ଏବଂ ସେ ୧୬ ଫେବୃଆରୀ ୨୦୧୪ ରେ ମୃତ୍ୟୁ ବରଣ କରିଥିଲେ।

ମହିଳାଙ୍କ ରକ୍ତସ୍ରାବ ବନ୍ଦ କରିବା ପାଇଁ ଅନ୍ୟ ଚିକିତ୍ସା ବିକଳ୍ପ ବାହାର ନକରି ଗର୍ଭାଶୟକୁ ବାହାର କରିବା ଠିକ୍ ନଥିଲା । ଡାକ୍ତରଖାନାର ଅବହେଳା ଏବଂ ଉପଯୁକ୍ତ ଯତ୍ନର ଅଭାବ ହେତୁ ମହିଳାଙ୍କ ମୃତ୍ୟୁ ଘଟିଥିଲା ବୋଲି ଆୟୋଗ ଦର୍ଶାଇଥିଲେ। ଏହା ପରେ ତାମିଲନାଡୁର ରାଜ୍ୟ ମେଡିକାଲ କାଉନସିଲକୁ ଡାକ୍ତରଖାନା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ରୋଗୀଙ୍କ ସାପକ୍ଷରେ ଯିବାରୁ ତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଛି ।

Get real time updates directly on you device, subscribe now.