fbpx

No Layoffs: ଆମେରିକାରେ ଥିବା ପ୍ରବାସୀ ଭାରତୀୟ ପ୍ରଭାବିତ କର୍ମଚାରୀଙ୍କୁ ନିଯୁକ୍ତି ଦେବ TCS

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଛଟେଇ ସିଜିନ୍ ଚାଲିଛି । ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବହୁ ଅନ୍ତରାଷ୍ଟ୍ରୀୟ ଟେକ୍ କମ୍ପାନୀମାନେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ନେଇ ଘୋଷଣା କରିସାରିଛନ୍ତି । ତେବେ ଏହା ମଧ୍ୟରେ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଛଟେଇକୁ ନେଇ କମ୍ପାନୀ କୌଣସି ବିଚାର କରିନାହିଁ । ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପରେ ଦୀର୍ଘ କ୍ୟାରିୟର ପାଇଁ ଗ୍ରୁମିଂ ପ୍ରତିଭାଙ୍କ ଉପରେ କମ୍ପାନୀ ବିଶ୍ୱାସ ସ୍ଥାପନ କରେ ବୋଲି ଟପ୍ ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ।

ଦେଶର ସର୍ବବୃହତ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ରପ୍ତାନୀକାରୀ ଷ୍ଟାଟଅପ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛି । ଯେଉଁମାନେ ସେମାନଙ୍କର ଚାକିରି ହରାଇଥିବେ ସେମାନଙ୍କୁ କମ୍ପାନୀ ହାୟର କରିବାକୁ ଚାହୁଁଥିବା ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମିଲିନ୍ଦ ଲକ୍କାଡ ସୂଚନା ଦେଇଛନ୍ତି । ଆଇଟି କମ୍ପାନୀ ସହିତ ବିଶ୍ୱର ବଡ଼ ବଡ଼ ଟେକ ଜିଆଣ୍ଟମାନେ ମାନ୍ଦାବସ୍ଥା କାରଣରୁ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରୁଥିବା ସମୟରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଏନେଇ ଲକ୍କାଡ କହିଛନ୍ତି, ଛଟେଇ କରିବା ନେଇ କମ୍ପାନୀ କୌଣସି ବିଚାର କରିନାହିଁ । କମ୍ପାନୀ ଗ୍ରୁମିଂ ପ୍ରତିଭାଙ୍କ ଉପରେ ବିଶ୍ୱାସ ସ୍ଥାପନ କରୁଛି । ଅଧିକାଂଶ କମ୍ପାନୀ ଆବଶ୍ୟକତାଠାରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାନ୍ତି । ତେଣୁ ସେମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାନ୍ତି । ମାତ୍ର ଥରେ ଜଣେ ଷ୍ଟାଫ ଜଏନ୍ କରିବା ପରେ ତାଙ୍କୁ ଉତ୍ପାଦନକ୍ଷମ ଓ ମୂଲ୍ୟଯୁକ୍ତ କରାଇବା କମ୍ପାନୀର ଦାୟିତ୍ୱ ବୋଲି ଟିସିଏସ୍ ବିଶ୍ୱାସ କରେ । ଯେତେବେଳେ ଆବଶ୍ୟକ ହେଉଥିବା ଦକ୍ଷତା ଓ କର୍ମଚାରୀଙ୍କ ମଧ୍ୟରେ କିଛି ଅନ୍ତର ଦେଖାଦିଏ, ସେ କ୍ଷେତ୍ରରେ କମ୍ପାନୀ କର୍ମଚାରୀଙ୍କୁ ଟ୍ରେନିଂ ଦେବାକୁ ଗୁରୁତ୍ୱ ଦେଇଥାଏ ।

Get real time updates directly on you device, subscribe now.