fbpx

Youtube ରେ ମାତିଛନ୍ତି ସାଇବର ଠକ, ଭିଡିଓ ଲାଇକ କରି ହରାଇଲେ ୧୦ ଲକ୍ଷ, ଆପଣ ବି କରନ୍ତୁ ନାହିଁ ଏହି ୫ଟି ଭୁଲ୍‌

Advertisement

ନୂଆଦିଲ୍ଲୀ : ଅନଲାଇନ୍ ଠକେଇର ଅନେକ ମାମଲା ସାମ୍ନାକୁ ଆସୁଛି । ସାଇବର ଅପରାଧୀମାନେ ପ୍ରତିଦିନ କିଛି ନା କିଛି ନୂଆ ଉପାୟ ଆପଣାଉଛନ୍ତି । ଯାହା ଫଳରେ ଲୋକଙ୍କୁ ସହଜରେ ଟାର୍ଗେଟ କରାଯାଇପାରିବ ଏବଂ ଏକ ବଡ଼ ହାତେଇ ପାରିବେ । ଏହି ସମୟରେ ଆଉ ଏକ ଆଶ୍ଚର‌୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ୟୁଟ୍ୟୁବ ଭିଡିଓ ଲାଇକ କରି ୧୦ ଲକ୍ଷ ଟଙ୍କା ହରାଇଛନ୍ତି।

ଗୁରୁଗ୍ରାମର ଜଣେ ମହିଳା ସୋସିଆଲ୍ ମେସେଜିଂ ଆପ୍ ଟେଲିଗ୍ରାମ ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ଠକେଇର ଶିକାର ହୋଇଛନ୍ତି। ପୋଲିସ କହିଛି ଯେ ଟେଲିଗ୍ରାମ ଆପରେ ୟୁଟ୍ୟୁବ ଭିଡିଓ ଦେଖିବା ଏବଂ ଲାଇକ କରିବା ପରେ ପୀଡିତା ଜଣଙ୍କ ଠକାମୀର ଶିକାର ହୋଇଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ପୀଡିତା ଶାନୁ ପ୍ରିୟା ଭର୍ଶନି କହିଛନ୍ତି ଯେ, ତାଙ୍କୁ ଟେଲିଗ୍ରାମ ଗ୍ରୁପରେ ଯୋଡି ଦିଆଗଲା ଏବଂ ୟୁଟ୍ୟୁବରେ କିଛି ଭିଡିଓ ପସନ୍ଦ କରିବାକୁ କୁହାଗଲା । ପ୍ରଥମେ ଏଥିପାଇଁ ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ମଧ୍ୟ ଆସିଲା । କିନ୍ତୁ କିଛି ଦିନ ଏପରି କରିବା ପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ୍ ହୋଇଗଲା । ଅଭିଯୋଗକୁ ଭିତ୍ତି କରି ସାଇବର କ୍ରାଇମ ପୋଲିସ ଆଇପିସି ଧାରା ୪୧୯ ଏବଂ ୪୨୦ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ।

ଅନଲାଇନ୍ ସୁରକ୍ଷା ପାଇଁ ଟିପ୍ସ
୧) ପ୍ରଥମ କଥା ହେଉଛି ସାଧାରଣ ଜ୍ଞାନ ବ୍ୟବହାର କରିନ୍ତୁ ଏବଂ ଅଫର ପାଇଁ ଆକର୍ଷିତ ହୁଅନ୍ତୁ ନାହିଁ । ସର୍ବଦା ମନେରଖନ୍ତୁ ଯେ ଟଙ୍କା ରୋଜଗାର କରିବାର କୌଣସି ସହଜ କିମ୍ବା ସର୍ଟକଟ୍ ଉପାୟ ନାହିଁ ।
୨) ଅଜ୍ଞାତ ଲୋକଙ୍କ ସହିତ ଆପଣଙ୍କର ବ୍ୟକ୍ତିଗତ ସୂଚନା କେବେ ବି ସେୟାର କରନ୍ତୁ ନାହିଁ ।
୩) ଆପଣଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ୟକ୍ତିଗତ ରଖନ୍ତୁ । ଏକ ନୂତନ ବନ୍ଧୁ ଅନୁରୋଧ ଗ୍ରହଣ କରିବା ପୂର୍ବରୁ ସର୍ବଦା ତର୍ଯମା କରନ୍ତୁ ।
୪) ଅନଲାଇନ୍ ଆର୍ଥିକ କାରବାରରେ ସଡିତ ଜଡିତ ହୁଅନ୍ତୁ ନାହିଁ । ଏହା ଦ୍ୱାରା ଟଙ୍କା ହରାଇବାର ଆଶଙ୍କା ଥାଏ ।
୫) ଅଜ୍ଞାତ ଲୋକ ସହ ବର୍ତ୍ତାଳପ କରନ୍ତୁ ନାହିଁ ।

Get real time updates directly on you device, subscribe now.