fbpx

ପିପେଡ୍ ପ୍ଲାନ ପରେ ବଢ଼ିଲା JioPhone ପ୍ଲାନ୍: ଜାଣନ୍ତୁ ନୂଆ ଦାମ୍

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିକଟରେ ଏହାର ସବୁ ପିପେଡ୍ ପ୍ଲାନକୁ ବଢ଼ାଇବାର ଘୋଷଣା କରିଥିଲା । ଏହା ଡିସେମ୍ବର ୧ରୁ ଲାଗୁ ମଧ୍ୟ ହୋଇଛି । ଏବେ ପୁଣି ଥରେ ଜିଓ ତରଫରୁ ଏକ ନୂଆ ନିଷ୍ପତ୍ତି ନେଇ ଘୋଷଣା ହୋଇଛି । କମ୍ପାନୀ ପ୍ରିପେଡ ପ୍ଲାନ୍ ବଢ଼ାଇବା ପରେ ଏବେ ଜିଓଫୋନର ପ୍ଲାନର ମଧ୍ୟ ଦାମ ବଢ଼ାଇଛି । ଏନେଇ କମ୍ପାନୀ ଏହାର ୱେବସାଇଟରେ ଜିଓଫୋନର ବଢ଼ିଥିବା ପ୍ଲାନ ବିଷୟରେ ସୂଚନା ଦେଇଛି ଏବଂ ଏକ ନୂଆ ଜିଓ ଫୋନ ପ୍ଳାନ ମଧ୍ୟ ଆରମ୍ଭ କରିଛି ।

୩ଟି ପ୍ଲାନରେ ପରିବର୍ତ୍ତନ:

ଜିଓ ଫୋନର ୧୫୫ ଟଙ୍କା ପ୍ଲାନର ଦାମ ଏବେ ବଢ଼ି ୧୮୬ ହୋଇଛି । ଏଥିରେ କମ୍ପାନୀ ଗ୍ରାହକଙ୍କୁ ୨୮ଦିନର ବୈଧତା ସହ ପ୍ରତିଦିନ ୧ ଜିବି ଡାଟା, ଅସୀମିତ କଲିଂ ସହ ପ୍ରତିଦିନ୧୦୦ ଏସଏମଏସ  ସୁବିଧା ମିଳିଥାଏ ।

ଆଉ ଏକ ପ୍ଳାନ ୧୮୬ ଟଙ୍କାର ଦାମ ଏବେ ୨୨୨ ଟଙ୍କା ହୋଇଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ୨ ଜିବି ଡାଟା ପ୍ରତିଦିନ, ୧୦୦ ଏସଏମଏସ ଏବଂ ଅସୀମିତ କଲିଂର ସୁବିଧା ମିଳିଥାଏ ।

ସେହିଭଳି ୭୪୯ ଟଙ୍କା ପ୍ଲାନ ୮୮୮ ଟଙ୍କା ହୋଇଛି ଏହି ପ୍ଲାନର ବୈଧତା ୩୩୬ ଦିନ (୨୮ଦିନ*୧୨ମାସ)ରହିଛି । ଅସୀମିତ କଲିଂ ସହ ଗ୍ରାହକଙ୍କୁ ପ୍ରତି ୨୮ ଦିନ ପାଇଁ ୨ ଜିବି ଡାଟା ଦିଆଯାଇଥାଏ ଯାହା ୧୨ ମାସ ପାଇଁ ମୋଟ ୨୪ ଜିବି ଡାଟା ମିଳିବ । ଏଥିରେ ପ୍ରତି ୨୮ ଦିନ ପାଇଁ ୫୦ ଏସଏମଏସ ମିଳିବ ।

ଏହା ସହ କମ୍ପାନୀ ଏକ ନୂଆ ପ୍ଲାନ ୧୫୨ ଟଙ୍କାର ଲଞ୍ଚ କରିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ପ୍ରତିଦିନ ୫୦୦ ଏମବି ଡାଟା ଅସୀମିତ କଲିଂ ଏବଂ ୨୮ ଦିନ ପାଇଁ ୩୦୦ ଏସଏମଏସ ମିଳିବ ।

Get real time updates directly on you device, subscribe now.