fbpx

ଆସିଲା ଜିଓର ପୁଣି ଏକ ଦମଦାର ପ୍ଲାନ୍‌; ୩୩୬ ଦିନ ଅର୍ଥାତ୍ ୧୧ମାସ ପର୍ଯ୍ୟନ୍ତ ଭ୍ୟାଲିଡିଟି, କେତେରେ ରିଚାର୍ଜ କରିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମରେ ଆପଣଙ୍କୁ ବିଭିନ୍ନ ରିଚାର୍ଜ ପ୍ଲାନର ବିକଳ୍ପ ମିଳିଥାଏ । କମ୍ପାନୀ ଶସ୍ତା ମହଙ୍ଗା ବହୁ ରିଚାର୍ଜ ଅପ୍ସନ ଦେଇଥାଏ । କମ୍ପାନୀର ଏହିସବୁ ପ୍ଲାନ ଅଲଗା ଅଲଗା ଶ୍ରେଣୀରେ ଆସିଥାଏ । ଏଥି ମଧ୍ୟରେ ଏକ ଭ୍ୟାଲୁ ପ୍ଲାନ୍ସର ଏକ ଶ୍ରେଣୀ ରହିଛି । ଏହି ଶ୍ରେଣୀରେ ସେହି ପ୍ଲାନ୍ସ ସାମିଲ ହୋଇଛି ଯାହା କମ୍ ମୂଲ୍ୟରେ ଅଧିକ ଭ୍ୟାଲୁ ଅଫର କରିଥାଏ ।

ଏହି ଲିଷ୍ଟରେ ୧୧ ମାସ, ୮୪ ଦିନ ଓ ୨୮ ଦିନିଆ ଭ୍ୟାଲିଡିଟି ବାଲା ପ୍ଲାନ୍ସ ସାମିଲ ରହିଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ସମସ୍ତ ପ୍ଲାନର ମୂଲ୍ୟ ଓ ଏହାସହ ମିଳୁଥିବା ସୁବିଧା ବିଷୟରେ । ଜିଓର ୧୫୫ ଟଙ୍କା ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ଭ୍ୟାଲିଡିଟି ମିଳିଥାଏ । ଏହି ପ୍ଲାନ ସେହିମାନଙ୍କ ଲାଗି ଉତ୍ତମ ବିକଳ୍ପ ଯେଉଁମାନେ କେବଳ କଲିଂ ଲାଗି ପ୍ଲାନ ଚାହିଁଥାନ୍ତି । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ସହିତ ୨ଜିବି ଡାଟା ଓ ୩୦୦ ଏସଏମଏସ୍ ମିଳିଥାଏ । ଏହା ସହିତ ଆପଣ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍ ଆକ୍ସେସ୍ କରିପାରିବେ ।

ସେହିପରି ଜିଓର ୩୯୫ ଟଙ୍କାର ପ୍ଲାନ୍ ୮୪ ଦିନ ଭାଲିଡିଟି ସହ ଆସିଥାଏ । ଏଥିରେ ୟୁଜର୍ସଙ୍କୁ ମୋଟ ୬ଜିବି ଡାଟା ମିଳିଥାଏ । ଏଥିରେ ଅନଲିମିଟେଡ୍ କଲିଂ ଓ ୧୦୦୦ ଏସଏମଏସର ସୁବିଧା ରହିଛି । ଏହି ପ୍ଲାନ ଅନଲିମିଟେଡ୍ ୫ଜି ଏଲିଜିବିଟି ସହିତ ଆସୁଛି । ଏଥିରେ ବି ଆପଣ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍ ଆକ୍ସେସ୍ କରିପାରିବେ ।

ଜିଓର ୧୫୫୯ ଟଙ୍କାର ପ୍ଲାନ୍ ୧୧ ମାସ ଅର୍ଥାତ୍ ୩୩୬ ଦିନ ପାଇଁ ଅଟେ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୪ଜିବି ଡାଟା ମିଳିବ । ଏହା ସହିତ ଅନଲିମିଟେଡ୍ କଲିଂ ଓ ୩୬୦୦ ଏସଏମଏସର ସୁବିଧା ମିଳିବ । ଏଥିରେ ବି ଆପଣ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍ ଆକ୍ସେସ୍ କରିପାରିବେ ।

Get real time updates directly on you device, subscribe now.