fbpx

(Video) ଦିନେ ଥିଲା ଗରିବୀର ଗବେଷଣାଗାର, ଏବେ ପାଲଟିଛି ଲକ୍ଷ୍ମୀଙ୍କ ଉଆସ…

AAKASH

କଳାହାଣ୍ଡି: (ଓଡ଼ିଶା ଭାସ୍କର) ବଦଳିଛି ଚିତ୍ର ପଟ୍ଟ , ବିକାଶ ଧାରାରେ ଆଗେଇ ଚାଲିଛି କଳାହାଣ୍ଡି । ଦିନେ ଦୁର୍ନାମ ମୁଣ୍ଡାଇ ଥିବା ଜିଲ୍ଲା ଆଜି ବିକାଶର ଟ୍ରାକ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଗେଇ ଚାଲିଛି । ଦିନେ ଅଭାବ ଅନାଟନକୁ ନେଇ ଚର୍ଚ୍ଚାରେ ଥିବା କଳାହାଣ୍ଡି ଆଜି ଅଣ୍ଟା ସଳଖି ଠିଆ ହୋଇଛି । ରାଜ୍ୟ ସରକାରଙ୍କ ବିକାଶ ନକ୍ସାରେ କଳାହାଣ୍ଡି ଯୋଡ଼ି ହେବା ପରେ ଭୋକର ଭୂଗୋଳରୁ ସବୁଜ ସଫଳର ଯାତ୍ରାକୁ ଅତିକ୍ରମ କରି ପାରିଛି କଳାହାଣ୍ଡି ଜିଲ୍ଲା । ଦେଖନ୍ତୁ ଏ ଦୃଶ୍ୟକୁ ,ଏ ହେଉଛି ସେହି ଜିଲ୍ଲା ଯାହାର ଦୁର୍ନାମର କଥା ଶୁଣି ଅନେକ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ହୋଇ ଆସୁଥିଲା ।

ଗରିବିର ଗବେଷଣା କରିବା ପାଇଁ ବଡ଼ ବଡ଼ ଲେଖକ ଓ ସାମ୍ବାଦିକଙ୍କ ପାଇଁ ଏଥିଲା ଗବେଷଣାଗାର । ହେଲେ ଦୀର୍ଘ ୨୦ ବର୍ଷ ପରେ ଆଜିର କଳାହାଣ୍ଡି ସେ ଦିନେ କଳାହାଣ୍ଡି ଭିତରେ ଅନେକ ଫରକ ରହିଛି । ଗୋଟିଏ ପରେ ଗୋଟିଏ ବିକାଶ ଟ୍ରାକ ରେକର୍ଡ ଭାଙ୍ଗିବାରେ ଲାଗିଛି କଳାହାଣ୍ଡି । ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ ଓ କୃଷି କ୍ଷେତ୍ରରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ନସ୍କାରେ କଳାହାଣ୍ଡି ଯୋଡ଼ି ହେବା ପରେ ପରେ ଶିକ୍ଷାର ଏକ ହବ ହେଇ ପାରିଛି । ବିଶ୍ୱବିଦ୍ୟାଳୟ, ଇଞ୍ଜିନୟରିଙ୍ଗ୍ କଲେଜ, ପଲି ଟେକ୍ନିକ କଲେଜ, କୃଷି ବିଦ୍ୟାଳୟ ଆଉ ଏବେ ମେଡିକାଲ କଲେଜ୍ ନିର୍ମାଣ କରି ଶିକ୍ଷା କ୍ଷେତ୍ରକୁ ଏକ ନୂତନ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେବଳ ଯେ ଶିକ୍ଷା ନୁହେଁ ବରଂ କୃଷି କ୍ଷେତ୍ରରେ ମଧ୍ୟ ଅନେକ ବିକାଶ ହୋଇଛି । ଜିଲ୍ଲାର ଲାଇଫ ଲାଇନ୍ କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରୁ କେସିଙ୍ଗା ପର୍ଯ୍ୟନ୍ତ ଜଳ ଯୋଗାଣ, ମଙ୍ଗଳ ପୁର ଠାରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ମଦନପୁର ରାମୁରରରେ ନିର୍ମାଣଧିନ ରାହୁଲ ଉତେଇ ପ୍ରକଳ୍ପ ସମେତ ରେତ ଜଳ ସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ସେହିଭଳି ଗମନାଗମନ କ୍ଷେତ୍ରରେ ମଧ୍ୟ ଆଗରେ ରହିଛି କଳାହାଣ୍ଡି । ସମସ୍ତ ଗାଁ କୁ ବିଜୁ ସଡ଼କ ଯୋଜନା ପହଞ୍ଚି ସାରିଥିବା ବେଳେ , କୋକସରା, ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ଏହି ଜିଲ୍ଲାକୁ ବିକାଶ ରାସ୍ତାରେ ଆଗେଇ ନେଇଥିବା ବେଳେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗରେ ଉତ୍କଲ ବିମାନ ବନ୍ଦରକୁ ପୁନଃ କାର୍ଯ୍ୟକ୍ଷମ କରି ସିଧା ସଳଖ କଳାହାଣ୍ଡିରୁ ଭୁନେଶ୍ୱରକୁ ବିମାନ ସେବା ଆରମ୍ଭ ହୋଇଛି । ଯାହା ଜିଲ୍ଲାର ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଅନେକ ସହାୟତା ହୋଇ ପାରିଛି ।

ସେପଟେ ଆସନ୍ତା ନଭେମ୍ବର ୧ ତାରିଖ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗ୍ରସ୍ତ ରହିଥିବାରୁ ଏବେ ଉସାହିତ ଜିଲ୍ଲାବାସୀ । ମୁଖ୍ୟମନ୍ତ୍ରୀ ନଭେମ୍ବର ୧ ତାରିଖ କଳାହାଣ୍ଡି ବାସୀଙ୍କ ପାଇଁ ମେଡିକାଲ କଲେଜ ଓ ଭବାନୀପାଟଣାର ବସ ଟର୍ମିନାଲ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ । ଏହାସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରି କଳାହାଣ୍ଡି ବାସୀଙ୍କୁ ଭେଟି ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.