fbpx

ଜିଓ ଗ୍ରାହକଙ୍କୁ ମାଗଣାରେ ମିଳିବ ୫ଜିବି ଡାଟା! ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତ କମ୍ପାନୀ ଅନେକ ପ୍ଲାନ ଯୋଗାଇଦେଉଛନ୍ତି, ଯାହାଫଳରେ ୟୁଜର୍ସମାନଙ୍କର ଫାଇଦା ହେବ । ରିଲାଏନ୍ସ ଜିଓ ମଧ୍ୟ ଏଭଳି ଏକ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ, ଯାହାକି ବହୁତ କମ୍ ସମୟରେ ଲୋକଙ୍କ ବିଶ୍ୱାସ ଜିତିବା ସହିତ ଦେଶରେ ନମ୍ବର ୧ ସ୍ଥାନ ଅଧିକାର କରିଛି । ତେବେ ଆସନ୍ତୁ ଜାଣିବା ଏହାର ଏକ ଜରୁରୀକାଳୀନ ସେବା ବିଷୟରେ, ଯାହାଫଳରେ ଆପଣଙ୍କୁ ଅନେକ ଫାଇଦା ହେବ ।

ତେବେ ଜିଓର ‘Emergency Data Plan’ ଏପରି ଏକ ପ୍ଲାନ, ଯାହା ଫଳରେ ଆପଣ ତୁରନ୍ତ ବିନା ଟଙ୍କାରେ ଡାଟା ରିଚାର୍ଜ କରିପାରିବେ । ଯଦି ଆପଣ ଏପରି କିଛି ସ୍ଥାନରେ ଅଛନ୍ତି, ଯେଉଁଠାରେ ରିଚାର୍ଜ କରିବା ବା ଟଙ୍କା ଖର୍ଚ୍ଚ କରିବାରେ ଅସୁବିଧା ହେଉଛି ତାହାଲେ ଆପଣ ଜିଓ ଆପକୁ ଯାଇ ଏହି Emergency Data Planକୁ ଆକ୍ଟିଭେଟ୍ କରିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କୁ ବିନା ଟଙ୍କାରେ ଇଣ୍ଟରନେଟ୍ ମିଳିଯିବ । ପରେ ଆପଣ ଏହାର ଟଙ୍କା ଦେଇପାରିବେ ।

ଜିଓ ମୋବାଇଲ ଆପୁକ ଯାଇ ଆପଣ ‘Emergency Data Plan’କୁ ସିଲେକ୍ଟ କରି ୧ ଜିବି ଡାଟା ନେଇପାରିବେ ଓ ସେହି ସମୟରେ ଆପଣଙ୍କୁ ଟଙ୍କା ଦେବାକୁ ବି ପଡିବ ନାହିଁ । ଏହି ପ୍ଲାନ ହିସାବରେ ଆପଣ ଆବଶ୍ୟକ ବେଳେ ମାଗଣାରେ ଡାଟା ନେଇ ପରେ ଟଙ୍କା ଦେଇପାରିବେ । ଏହି ପ୍ଲାନରେ ଆପଣଙ୍କୁ ୧୧ ଟଙ୍କାରେ ୧ ଜିବି ଡାଟା ମିଳିବ । ଯଦି ଆପଣଙ୍କୁ ୫ ଜିବି ଡାଟା ଦରକାର, ତେବେ ଜିଓ ଆପରକୁ ଯାଇ ‘Emergency Data Plan’କୁ ମୋଟ୍ ୫ ଥର ଆକ୍ଟିଭେଟ୍ କରିପାରିବେ । ଏହି ଉପାୟରେ ଆପଣ ୫୫ ଟଙ୍କାରେ ୫ ଜିବି ଡାଟା ପାଇପାରିବେ ।

ଏହି ପ୍ଲାନର ଫାଇଦା ଉଠାଇବାକୁ ଚାହୁଁଥିଲେ ସର୍ବପ୍ରଥମେ ନିଜ ମୋବାଇଲରେ ‘MyJio’ ଆପ୍ ଡାଉନଲୋଡ କରନ୍ତୁ । ଆପରେ ଆପଣଙ୍କୁ ‘menu’ର ଅପସନ ଦେଖାଯିବ । ମେନୁ ଉପରେ କ୍ଲିକ କରି ଆପଣ Mobile Servicesକୁ ଯାଇ ‘Emergency Data Plan’କୁ ସିଲେକ୍ଟ କରିବେ । ପରେ ‘Proceed’ ଉପରେ କ୍ଲିକ କରି ‘Get Emergency Data’ ର ଅପସନ ଉପରେ କ୍ଲିକ କରି ପ୍ଲାନକୁ ଆକ୍ଟିଭେଟ୍ କରନ୍ତୁ । ଏପରି ଭାବେ ଆପଣ ସହଜରେ ୫ ଜିବି ପର୍ଯ୍ୟନ୍ତ ଡାଟାର ଲାଭ ଉଠାଇପାରିବେ ଓ ପରେ ଏହାର ଟଙ୍କା ରିଟର୍ଣ୍ଣ କରିବେ ।

Get real time updates directly on you device, subscribe now.