fbpx

ଲଞ୍ଚ ପୂର୍ବରୁ ମିଳିଲା JioPhone Nextର ଝଲକ, ଜାଣନ୍ତୁ ଏହି ଶସ୍ତା 4G ସ୍ମାର୍ଟଫୋନର ଫିଚର

Advertisement

ନୂଆଦିଲ୍ଲୀ: JioPhone Next ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ଫୋନକୁ Googleର ସହଭାଗିତାରେ ତିଆରି କରାଯାଉଛି । ଏହି ଶସ୍ତା ଏବଂ ସୁଲଭ ୪ଜି ସ୍ମାର୍ଟଫୋନ ଭାରତରେ ଦୀପାବଳି ଅବସରରେ ଲଞ୍ଚ ହେବ । ତେବେ ଲଞ୍ଚ ପୂର୍ବରୁ ଜିଓ ତରଫରୁ ଏହାର ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଆସିବାକୁ ଥିବା ଜିଓ ଫୋନ ନେକ୍ସଟ ବିଷୟରେ କୁହାଯାଇଛି । ଭାରତୀୟ ୟୁଜର୍ସଙ୍କ ପାଇଁ ଭାରତୀୟ ମାନେ ତିଆରି କରିଥିବା ବୋଲି କୁହାଯାଇଛି ଏହି ଭିଡିଓରେ । କମ୍ପାନୀ କହିଛି ଭାରତରେ ତିଆରି ହୋଇଥିବା ଏହି ଫୋନର ଉଦ୍ଦେଶ୍ୟ ହେଉଛି ଭାରତୀୟଙ୍କୁ ଡିଜିଟାଲ ଜ୍ଞାନକୌଶଳକୁ ବ୍ୟବହାରର ସମାନ ଅବସର ଦେବା ।

ଭିଡିଓରେ କୁହାଯାଇଛି ଏହା ଲକ୍ଷ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଜୀବନ ବଦଳାଇବ । ଏହା ସହ ଫୋନରେ ନୂଆ ଡିଜାଇନ Android Pragati OS ଦ୍ୱାରା ପରିଚାଳିତ ବୋଲି କୁହାଯାଇଛି । କମ୍ପାନୀ ଏହା ମଧ୍ୟ ନିଶ୍ଚିତ କରିଛି ଯେ ଏଥିରେ Qualcomm Snapdragon ପ୍ରୋସେସର ରହିଛି ଏହା ସହ ଫୋନରେ ଜିଓ ଏବଂ ଗୁଗଲ ର ପ୍ରି-ଲୋଡେଡ ଆପ୍ସ ମଧ୍ୟ ଦିଆଯିବ । ଏଥିରେ ଭଏସ ଆସିଷ୍ଟାଣ୍ଟ, ଟ୍ରାନ୍ସଲେଟ, ନାଇଟ ମୋଡ ସହ କ୍ୟାମେରା ଏବଂ Read Aloud ଫିଚର ମଧ୍ୟ ରହିବ ।

ଫୋନରେ ଅଟୋମେଟିକ୍ ସଫ୍ଟେଓୟାର ଅପଡେଟ୍ ମଧ୍ୟ ମିଳିବ । ଏଥିରେ ସିକ୍ୟୁରିଟି ଅପଡେଟ୍ ମଧ୍ୟ ଦିଆଯିବ । ତେବେ ଏହାର ଦାମ ବିଷୟରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ରିପୋର୍ଟ ଅନୁଯାୟୀ ଏହାର ଦାମ ୩,୪୯୯ ଟଙ୍କା ହୋଇପାରେ ।

Get real time updates directly on you device, subscribe now.