JIOର ବଡ଼ ଧମାକା: ୟୁଜର୍ସଙ୍କୁ ମାଗଣା ମିଳିବ ଏହି ସୁବିଧା, କେଉଁମାନେ ପାଇବେ ଫାଇଦା?

ୟୁଜର୍ସଙ୍କୁ ବଡ଼ ଉପହାର ଦେଲା ଜିଓ: ମାଗଣାରେ ୟୁଟ୍ୟୁବ ପ୍ରିମିୟମ ସୁବିଧା ପାଇବେ ଗ୍ରାହକ

ନୂଆଦିଲ୍ଲୀ: ସାରା ଦେଶରେ ଶସ୍ତା ରିଚାର୍ଜ ପ୍ଲାନ ଏବଂ ହାଇ ସ୍ପିଡ ନେଟୱର୍କ ପାଇଁ ବେଶ୍ ଲୋକପ୍ରିୟ ହୋଇଛି ରିଲାଏନ୍ସ ଜିଓ । ଏବେ ୟୁଜର୍ସମାନଙ୍କ ପାଇଁ ଏକ ବଡ଼ ଉପହାର ଆଣିଛି ଏହି ଟେଲିକମ୍ କମ୍ପାନୀ ।

ୟୁଟ୍ୟୁବ ସହିତ ସହଭାଗିତା କରି ଜିଓ ଏବେ ନିଜ ୟୁଜର୍ସମାନଙ୍କୁ ବଡ଼ ସୁବିଧା ପ୍ରଦାନ କରିବାକୁ ଯାଉଛି । କିଛି ୟୁଜର୍ସଙ୍କୁ ଜିଓ ତରଫରୁ ମାଗଣା ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରିପ୍ସନ ଦେବ ଟେଲିକମ୍ କମ୍ପାନୀ ।

ଏହିମାନେ ପାଇବେ ଫାଇଦା: ଜିଓ-ଏୟାରଫାଇବର ଏବଂ ଜିଓ-ଫାଇବର ପୋଷ୍ଟପେଡ୍ ସବସ୍କ୍ରାଇବର ମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇଛି ଜିଓ କମ୍ପାନୀ । ଏହି ୟୁଜର୍ସମାନେ ମାଗଣାରେ ୨୪ ମାସ(୨ ବର୍ଷ) ପର୍ଯ୍ୟନ୍ତ ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରିପ୍ସନ ପାଇବେ । ଉଭୟ କମ୍ପାନୀ ୟୁଜର୍ସଙ୍କ ଡିଜିଟାଲ ଏଣ୍ଟରଟେନମେଣ୍ଟକୁ ଗୁରୁତ୍ୱ ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

YouTube Premiumର ଫିଚର୍:

ୟୁଟ୍ୟୁବ ଏକ୍ସପେରିଏନ୍ସକୁ ଟ୍ରାନ୍ସଫର୍ମ କରିବା ପାଇଁ ସବସ୍କ୍ରାଇବର୍ ମାନଙ୍କୁ ଏକ୍ସକ୍ଲୁଜିଭ୍ ଫିଚର୍ସର ଏକ ରେଞ୍ଜ ମିଳିବ ।

Ad Free ଭିଡିଓ: ୟୁଟ୍ୟୁବରେ ଭିଡିଓ ଦେଖିବା ସମୟରେ ପ୍ରିମିୟମ ସବସ୍କ୍ରାଇବର ମାନଙ୍କୁ କୌଣସି ବିଜ୍ଞାପନ ମିଳିବ ନାହିଁ ।

Offline Playback: ୟୁଜର୍ସ ଏକ ଭିଡିଓକୁ ଡାଉନଲୋଡ କରିପାରିବେ । ଅଫ୍ ଲାଇନରେ ମଧ୍ୟ ଏହାକୁ ଦେଖିପାରିବେ ୟୁଜର୍ସ ।

Back Groung Play: ଆପ୍ ବ୍ୟବହାର କରିବା ସମୟରେ ସ୍କ୍ରିନ୍ ଅଫ୍ ରହିଲେ ମଧ୍ୟ ଏହାକୁ ଉପଭୋଗ କରିପାରିବେ ୟୁଟ୍ୟୁବ ପ୍ରିମିୟମ ୟୁଜର ।

YouTube Music Premium ଗ୍ରାହକଙ୍କୁ ୧୦୦ ମିଲିୟନରୁ ଅଧିକ ଗୀତର ଲାଇବ୍ରେରୀ ଆକ୍ସେସ ମିଳିପାରିବ । ଏଥିରେ ପର୍ସନାଲାଇଜଡ ପ୍ଲେଲିଷ୍ଟ ଏବଂ ଗ୍ଲୋବାଲ ହିଟ୍ ମିଳିପାରିବ । ଏସବୁ ଆଡ୍-ଫ୍ରି ରହିବ ।

Eligible Plans:ଏହି ବେନିଫିଟ୍ ଜିଓ-ଏୟାରଫାଇବର ଏବଂ ଜିଓ ଫାଇବର ପୋଷ୍ଟପେଡ୍ ୟୁଜର୍ସ ମାନଙ୍କ ପାଇଁ ୮୮୮ ଟଙ୍କା, ୧୧୯୯ ଟଙ୍କା, ୧୪୯୯ ଟଙ୍କା, ୨୪୯୯ ଟଙ୍କା ଏବଂ ୩୪୯୯ ଟଙ୍କାରେ ଉପଲବ୍ଧ ରହିଛି ।