fbpx

ଇଡି କବଜାରେ ଜିତୁ ପଟ୍ଟନାୟକ: ସିଜ୍ ହେଲା ୧୩୩ କୋଟିର ସମ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ରେଡ୍ ବେଳେ ଠାବ ୧୩୩ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ସିଜ୍ ହୋଇଥିବା ଜଣାପଡିଛି । ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କା ମଧ୍ୟ ସିଜ୍ ହୋଇଛି ।

ତେବେ ବେଆଇନ ଖଣି କାରବାର ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ କରିଛି ଇଡି । ଗତକାଲି ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମନି ଲଣ୍ଟ୍ରିଂ ମାମଲାରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଭୁବନେଶ୍ୱରର ୨ଟି ଓ ଯୋଡ଼ାର ୨ଟି ସ୍ଥାନରେ ରେଡ୍ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.