fbpx

ମେ ୧୬ରେ ଦେଖାଯିବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲଡ ମୁନ, ଜାଣନ୍ତୁ ପୃଥିବୀ ଉପରେ ପଡିବ କି ପ୍ରଭାବ ?

ନୂଆଦିଲ୍ଳୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୧୫-୧୬ ମେ’ ରେ ହେବ । ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ୩ ଘଣ୍ଟା, ୨୭ ମିନିଟ୍‌ ଓ ୫୮ ସେକେଣ୍ଡ ରହିବ । ଚନ୍ଦ୍ର ଗ୍ରହଣଟି ଖୁବ୍‌ ଦୁର୍ଲଭ ରହିଛି, କାରଣ ଏଥର ଚନ୍ଦ୍ର ପୁରା ଲାଲ୍‌ ରଙ୍ଗର ଦେଖାଯିବେ । ଏହି ଦୁଇଟି ସଂଯୋଗ ବହୁ ବର୍ଷରେ ଥରେ ଆସିଥାଏ । ତେବେ ଏହା ଭାରତରେ ଦେଖିବାକୁ ମିଳିବନି । ମଧ୍ୟ ଆମେରିକା, ଉତ୍ତର ଆମେରିକା, ଆଫ୍ରିକା ଓ ୟୁରୋପୀୟ ଦେଶରେ ଦେଖାଯିବ । ବୈଜ୍ଞାନିକମାନେ ଏହାକୁ ସୁର ଲୁନାର ଇଭେଣ୍ଟ ବା ସୁପର ବ୍ଲଡ ମୁନ୍‌ କୁହନ୍ତି । କାରଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ମଧ୍ୟ ହେବ ଓ ଚନ୍ଦ୍ରର ରଙ୍ଗ ଲାଲ ରଙ୍ଗ ମଧ୍ୟ ରହିବ । ତେବେ ଏହି ସବୁ ଘଟଣା ଏକାଠି କାହିଁକି ହେଉଛି ଏହାର ପ୍ରଭାବ ପୃଥିବୀ ଉପରେ ହେବ ନା ନାହିଁ ଏହା ବିଷୟରେ ବିଭିନ୍ନ ବୈଜ୍ଞାନିକ ଭିନ୍ନ ଭିନ୍ନ ମତ ଦିଅନ୍ତି ।

ଚନ୍ଦ୍ର ଗ୍ରହଣ ସେତେବେଳେ ହୁଏ ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ର ଉପରେ ପୁରା କିମ୍ବା ଆଶିଂକ ଅଂଶକୁ ଢାଙ୍କି ଦେଇଥାଏ ।ଅର୍ଥାତ ଯେତେବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଭିତରେ ପୃଥିବୀ ଆସିଯାଇଥାଏ ତେବେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଚନ୍ଦ୍ର ନିଜର କକ୍ଷରେ ୫ ଡିଗ୍ରୀ ନଇଁକି ରହିଥାଏ । ଏହି କାରଣରୁ ତାକୁ ଫୁଲ୍‌ ମୁନ୍‌ ଅର୍ଥାତ ପୂର୍ଣ୍ଣ ଚନ୍ଦ୍ର ପୃଥିବୀର ଛାଇର କିମ୍ବା ଅଳ୍ପ ଉପରେ ରହିଥାଏ କିମ୍ବା ଅଳ୍ପ ତଳେ । କିନ୍ତୁ ଚନ୍ଦ୍ର ନିଜର କକ୍ଷରେ ଦୁଇଥର ଏଭଳି ସ୍ଥିତିରେ ଆସିଥାଏ, ଯେତେବେଳେ ସେ ପୃଥିବୀ ଓ ସୂର୍ଯ୍ୟର ସାମନାରେ ହୋରିଜେଣ୍ଟାଲ ପ୍ଲେନ୍‌ରେ ରହିଥାଏ । ନା ଉପରେ କିମ୍ବା ତଳେ, ଅର୍ଥାତ ଗୋଟିଏ ଲାଇନ୍‌ରେ ଥାଏ । ସେଥିାଇଁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥାଏ । ଯେତେବେଳେ ଚନ୍ଦ୍ର ପୃଥିବୀର ଛାଇ ପଛରେ ପୁରା ଢାଙ୍କି ହୋଇ ରହିଯାଏ, ସେତେବେଳେ ଏହା ଉପରେ ସୂର୍ଯ୍ୟଙ୍କର କୌଣସି ଆଲୋକ ପଡିନଥାଏ ।

ଏହା ଅନ୍ଧାରକୁ ଚାଲିଯାଏ, କିନ୍ତୁ ଚନ୍ଦ୍ର କେବେ ବି ସମ୍ପୂର୍ଣ୍ଣ ଭାବରେ କଳା ହେବନି । ଏହା ଲାଲ ରଙ୍ଗ ଭଳି ଦେଖାଯାଏ । ତେଣୁ ବହୁବାର ପୂର୍ଣ୍ଣ ଚନ୍ଦ୍ର ଗ୍ରହଣକୁ ଲାଲ୍‌ ଚନ୍ଦ୍ର ବୋଲି ମଧ୍ୟ କୁହାଯାଏ । ଏବେ ଜାଣନ୍ତୁ ଲାଲ ରଙ୍ଗ କାହିଁକି ପୃଥିବୀର ବାୟୁମଣ୍ଡଳରେ ଥିବା ଗ୍ୟାସ୍‌ ଏହାକୁ ନୀଳ ରଙ୍ଗ ଦେଖାଏ । ସେଭଳି ଲାଲ ୱେଭ ଲେନ୍ଥ ଏହାକୁ ପାର କରି ଯାଇଥାଏ । ଏହାକୁ ରେଲିଗ୍‌ ସ୍କାଟରିଂ କୁହାଯାଏ । ତେଣୁ ଆପଣଙ୍କୁ ଆକାଶ ନୀଳ ଓ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଲାଲ୍‌ ରଙ୍ଗର ଦେଖାଯାଏ । ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀର ବାୟୁମଣ୍ଡଳରୁ ଲାଲ ରଙ୍ଗର ୱେଭଲେନ୍ଥ ପାସ୍‌ କରିଥାଏ । ଏହା ବାୟୁମଣ୍ଡଳ କାରଣରୁ ମୋଡି ହୋଇ ଚନ୍ଦ୍ର ଆଡକୁ ଯାଇଥାଏ । ଏହା ନୀଳ ରଙ୍ଗର ଫିଲ୍ଟର ହୋଇଯାଇଥାଏ । ଏହି କାରଣରୁ ଚନ୍ଦ୍ରର ରଙ୍ଗ ଲାଲ ଦେଖାଯାଏ । ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀର ବାୟୁମଣ୍ଡଳରୁ ଲାଲ ରଙ୍ଗର ୱେଭଲେନ୍ଥ ପାସ୍‌ କରିଥାଏ । ଏହା ବାୟୁମଣ୍ଡଳ କାରଣରୁ ମୋଡି ହୋଇ ଚନ୍ଦ୍ର ଆଡକୁ ଯାଇଥାଏ । ଏହା ନୀଳ ରଙ୍ଗର ଫିଲ୍ଟର ହୋଇଯାଇଥାଏ । ଏହି କାରଣରୁ ଚନ୍ଦ୍ରର ରଙ୍ଗ ଲାଲ୍‌ ଦେଖାଯାଇଥାଏ ।

Get real time updates directly on you device, subscribe now.