fbpx

ନିର୍ମାଣାଧୀନ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ୍‌) :ଚୌଦ୍ୱାର ସହରର ନୁନ୍‌ଟିକିରି ହନୁମାନଲେନ୍‌ ଅଞ୍ଚଳରେ ନିର୍ମାଣଧିନ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତା ମହିଳା ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଅଞ୍ଚଳର ବିଶ୍ୱନାଥ ମାରାଣ୍ଡିଙ୍କ ଦ୍ୱିତୀୟ ପତ୍ନୀ ନିରାମଣି ମାରାଣ୍ଡି (୩୦) । ନିରାମଣି ନିର୍ମାଣଧିନ ଘରର ପିଲାର ଥିବା ରଡଗୁଡିକରେ ଶାଢୀରେ ଓହଳି ଥିବାର ପ୍ରଥମ ପତ୍ନୀଙ୍କ ପୁଅ ସକାଳେ ଦେଖି ଅନ୍ୟମାନଙ୍କୁ ସୂଚନା ଦେଇଥିଲା । ପରେ ଖବର ପାଇ ଚୌଦ୍ୱାର ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛନ୍ତି । ବିଶ୍ୱନାଥ ନିଜର ଦୁଇ ପତ୍ନୀଙ୍କ ସହ ନିର୍ମାଣଧିନ ଘର ନିକଟରେ ଏକ ଝୁମ୍ପୁଡିଘରେ ରହୁଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.