fbpx

କାଶ୍ମୀର ପଣ୍ଡିତଙ୍କ ବିରୋଧରେ ଲାଠିଚାର୍ଜ ଘଟଣା: ଯାଞ୍ଚ କରିବା ପାଇଁ SIT ଜାରି କଲେ ସରକାର

Advertisement

ଶ୍ରୀନଗର: କାଶ୍ମୀର ପଣ୍ଡିତଙ୍କ ବିରୋଧରେ ପୋଲିସର ଦବଙ୍ଗଗିରି ଉପରେ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ଜମ୍ମୁ କାଶ୍ମୀର ସରକାର । ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ଉପରେ ଆକ୍ରମଣ କରିଥିଲା ପୋଲିସ । ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବା ସହ ପୋଲିସ ଗ୍ୟାସ ଛାଡିଥିଲା । ଏବେ ଏହି ଘଟଣାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଜମ୍ମୁ-କାଶ୍ମୀର ସରକାର । ଉପରାଜ୍ୟପାଳ ମନୋଜ ସିହ୍ନା କାଶ୍ମୀର ପଣ୍ଡିତଙ୍କ ବିରୋଧରେ ହୋଇଥିବା ଏହି ପଦକ୍ଷେପର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ଏଥି ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରିଛନ୍ତି ସରକାର ।

ସୂଚନା ଅନୁସାରେ, କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ତାଙ୍କର ଅନେକ ସମର୍ଥକ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କ ବିରୋଧରେ ନେଇଛି କଡା ଆକ୍ସନ । ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଷ୍ଟ୍ରଭ୍ଗ ଗ୍ୟାସର ପ୍ରୟୋଗ କରିଥିଲା ପୋଲିସ । ତେବେ ଏହି ଘଟଣା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ଏହାକୁ ନିନ୍ଦା କରିଛନ୍ତି । ଏଥିସହ ବିକ୍ଷୋଭକାରୀଙ୍କ ଉପରେ ବଳ ପ୍ରୟୋଗ କରିବା ଘଟଣାର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ପ୍ରତ୍ୟେକ ପକ୍ଷରୁ ମାମଲାର ଯାଞ୍ଚ କରିବ ଏସଆଇଟି । ଏହା ବ୍ୟତୀତ ସେମାନଭ୍କ ବିଭିନ୍ନ ସମସ୍ୟା ଏବଂ ଅସୁବିଧା ଉପରେ ମଧ୍ୟ ଆଲୋକପାତ କରିବାକୁ କହିଛନ୍ତି ସିହ୍ନା ।

ସେପଟେ କାଶ୍ମୀର ପଣ୍ଡିତ କର୍ମଚାରୀମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ । ଏହା ସହ ରାହୁଲ ଭଟ୍ଟଙ୍କ ହତ୍ୟା ମାମଲାର ଉଚିତ ତଦନ୍ତ କରାଯିବ ବୋଲି ଶ୍ରୀ ସିହ୍ନା ଆଶ୍ୱାସନା ଦେଇଛନ୍ତି । ହତ୍ୟାରେ ସାମିଲ ଥିବା ୨ ଅପରାଧୀଙ୍କୁ ମାରି ଦିଆଯାଇଛି । ଏହାସହ ଅନ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି । ତେଣୁ ସେମାନଙ୍କୁ ସାମାଜିକ ବହିଷ୍କାର କରିବା ପାଇଁ ରାଜନୈତିକ ଦଳମାନଙ୍କୁ ସେ ଅପିଲ କରିଛନ୍ତି ।

Get real time updates directly on you device, subscribe now.