fbpx

ଝାଡଖଣ୍ଡରେ ନୂଆ ଅଧ୍ୟାୟ: ଶପଥ ନେଲେ ହେମନ୍ତ

ରାଞ୍ଚି,୨୯ ।୧୧: ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହେମନ୍ତ ସୋରେନ୍ । ହେମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୋରେନ୍ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ପୂର୍ବଦନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅଶୋକ ଗେହଲତ , ଏମକେ ଷ୍ଟାଲିନ୍, ମମତା ବାନାର୍ଜୀ ସମେତ ବହୁ ଦିଗ୍ଗଜ ନେତା ଯୋଗଦେଇଛନ୍ତି । ଆରଜେଡିର ତେଜସ୍ୱୀ ଯାଦବ, ଏଏପିର ସଞ୍ଜୟ ସିହ, ଛତିଶଗଡ ମୁଖ୍ୟମନ୍ତ୍ରୀ ଓ ଡିଏମକେ ସଭାପତି ଷ୍ଟାଲିନ୍ ଉପସ୍ଥିତ ରହିଛନ୍ତି ।

କଂଗ୍ରେସ ବିଧାୟକ ଦଳର ନେତା ଆଲମଗିର ଆଲମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ରାମେଶ୍ୱର ଓରାଁୱ ସତ୍ୟାନନ୍ଦ ଭୋକ୍ତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତେବେ ବିଧାନସଭା ନିର୍ବାଚନରେ ଜେଏମଏଏମ-କଂଗ୍ରେସ-ଆରଜେଡି ମେଣ୍ଟ ଗଠନ କରି ବିଜେପିକୁ ନିର୍ବାଚନରେ ପରାଜୟ କରିଛନ୍ତି। ମୋଟ୍ ୮୧ଟି ଆସନରୁ ୪୭ଟି ଆସନରେ ମେଣ୍ଟ ବିଜୟୀ ହୋଇଛି ଏହି ମେଣ୍ଟ।

Get real time updates directly on you device, subscribe now.