fbpx

ନନ୍ଦନକାନନକୁ ଆସିବ ଶ୍ରୀଲଙ୍କା ସିଂହ !

ବାରଙ୍ଗ,୨୯ ।୧୨(ଓଡିଶା ଭାସ୍କର): ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ପର୍ଯ୍ୟଟକଙ୍କୁ ଦିଆଯାଇଛି ନୂଆ ଭେଟି । ଉଦଘାଟିତ ହୋଇଯାଇଛି ଗୁଣ୍ଡୁଚି, ମାଙ୍କଡ ଓ ଧୂସର ଗଧିଆ ଘର । ଏହା ସହ ବାଘୁଣୀ ରେଣୁକାର ୨ଟି ଶାବକଙ୍କ ନାମକରଣ ହୋଇଛି । ୨ ବିରଳ କଳା ଶାବକଙ୍କ ନାଁ ବାସୁ ଓ ସ୍ପନ୍ଦନ ରଖାଯାଇଛି ।

ପ୍ରତିଷ୍ଠା ଦିବସ ଅବସରରେ ନନ୍ଦନକାନନର ନିର୍ଦ୍ଦେଶକ କହିଛନ୍ତି ଯେ, ନନ୍ଦନକାନନରେ ଯଥେଷ୍ଟ ସିଂହ ଅଛନ୍ତି, କିନ୍ତୁ ସେମାନଙ୍କର ପ୍ରଜନନ ହୋଇପାରୁନି । ଶ୍ରୀଲଙ୍କାରୁ ସିଂହ ଆଣିବାକୁ ଯୋଜନା ଚାଲିଛି । ସେହିପରି ସିଙ୍ଗାପୁର ସହ କୁମ୍ଭୀର ବଦଳ ପ୍ରକ୍ରିୟା କଥାବାର୍ତ୍ତା ଚାଲିଛି । ଜିରାଫ୍ ସମେତ ଅନେକ ଜୀବ ଆଣିବାକୁ ଯୋଜନା ହେଉଛି ବୋଲି ନନ୍ଦନକାନନର ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.