fbpx

GRIDCO ପକ୍ଷରୁ ବାହାରିଲା ଚାକିରି: ଯୋଗ୍ୟ ପ୍ରାର୍ଥୀଙ୍କୁ ଭୁବନେଶ୍ୱର କର୍ପୋରେଟ ଅଫିସରେ ଦିଆଯିବ ନିଯୁକ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଗ୍ରୀଡ କର୍ପୋରେସନ ଅଫ୍ ଓଡ଼ିଶା (ଗ୍ରୀଡକୋ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୩ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀମାନେ ସିନିୟର ଅର୍ଥନୀତିଜ୍ଞ, ପିଆର-ପରାମର୍ଶଦାତା ଓ ପରିସଂଖ୍ୟାନବିତ ପଦରେ ଚାକିରି ପାଇପାରିବେ । ସମସ୍ତ ପ୍ରାର୍ଥୀମାନେ ଭୁବନେଶ୍ୱର କର୍ପୋରେଟ ଅଫିସରେ ନିଯୁକ୍ତି ଦିଆଯିବ ।

ସିନିୟର ଅର୍ଥନୀତିଜ୍ଞ ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୫୧ ବର୍ଷ ରହିଛି । ପିଆର- ପରାମର୍ଶଦାତା ପଦ ପାଇଁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ପ୍ରାର୍ଥୀ ଦୁଇ ବର୍ଷିଆ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ କରିଥିବା ଆବଶ୍ୟକ । ଏଥିସହିତ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଜରୁରୀ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୪୮ ବର୍ଷ ରହିଛି । ସେହିପରି ପରିସଂଖ୍ୟାନବିତ ପଦ ପାଇଁ ପ୍ରାର୍ଥୀ ପରିସଂଖ୍ୟାନ / ଗଣିତ / ଅର୍ଥନୀତି ଯେ କୌଣସି ଗୋଟିଏ ବିଷୟରେ ଡିଗ୍ରୀ କିମ୍ବା ମାଷ୍ଟର ଡିଗ୍ରୀ କରିବା ସହିତ କମ୍ପ୍ୟୁଟର ଜାଣିଥିବେ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ୩ ବର୍ଷ ପାଇଁ କଣ୍ଟ୍ରାକଚୁଆଲ ଭାବେ ନିଯୁକ୍ତି ଦିଆଯିବ । ପରବର୍ତ୍ତୀ ସମୟରେ ପ୍ରାର୍ଥୀଙ୍କର ପ୍ରଦର୍ଶନ ଓ କମ୍ପାନୀର ଆବଶ୍ୟକତା ଆଧାରରେ ଏହି ଚୁକ୍ତିକୁ ପୁନଃନବୀକରଣ କରାଯାଇପାରେ । ପ୍ରାର୍ଥୀମାନେ ୬୦ ବର୍ଷ ପରେ ଚୁକ୍ତିକୁ ବଢ଼ାଇ ପାରିବେ ନାହିଁ । ଗ୍ରୀଡକୋ ପେ-ରୋଲ ହିସାବରେ ପ୍ରାର୍ଥୀଙ୍କୁ ଦରମା ପ୍ରଦାନ କରାଯିବ । ଶର୍ଟଲିଷ୍ଟେଡ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣିବା ସହ ସ୍ପିଡ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ସେମାନଙ୍କର ଆପ୍ଲିକେସନ ଆସନ୍ତା ୧୭ ତାରିଖ ସୁଦ୍ଧା ପଠାଇ ପାରିବେ ।

ନୋଟିଫିକେସନ ଲିଙ୍କ: https://repo.optcl.co.in/docs/47d4693126405727545c26649886743e_Adv%20for%20PR,%20SR.Eco.&%20Statistician%20(Contractual)%2024.04.23-1.pdf

Get real time updates directly on you device, subscribe now.