fbpx

କରୋନାରେ ମୃତ୍ୟୁବରଣ କଲେ ପରିବାରର ଜଣଙ୍କୁ ମିଳିବ ଚାକିରି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୧୮ା୫: ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ି ଚାଲିଛି । ତେବେ ମଧ୍ୟପ୍ରଦେଶରେ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ଚାକିରି ଯୋଗାଇ ଦିଆଯିବ । ମୃତକଙ୍କ ପରିବାରଙ୍କୁ ସହାୟତି ରାତି ୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ । କରୋନାରେ ରାଜ୍ୟର ଅନେକ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟୁଛି । ତେଣୁ ପୀଡ଼ିତ ପରିବାରଙ୍କୁ ସହାୟତା ନିମନ୍ତେ ‘ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ଅନୁକମ୍ପା ନିଯୁକ୍ତି’ ଓ ‘ମୁଖ୍ୟମନ୍ତ୍ରୀ କୋଭିଡ-୧୯ ବିଶେଷ ଅନୁଗ୍ରହ’ ନାମକ ଦୁଇଟି ଯୋଜନାର ଶୁଭାରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କର୍ମଚାରୀମାନେ ହେଉଛନ୍ତି ରାଜ୍ୟ ଶାସନର ଅବିଚ୍ଛେଦ୍ୟ ଅଙ୍ଗ । ସମସ୍ତ କର୍ମଚାରୀ କୋଭିଡ୍ ସମୟରେ ନିଜର ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରୁଛନ୍ତି । ଅନେକ ପରିବାର ନିଜର ଆତ୍ମୀୟସ୍ୱଜନଙ୍କୁ କରୋନାରେ ହରାଇଛନ୍ତି । ତେଣୁ ଜନତାଙ୍କ ସେବା ପାଇଁ ଏହି ଦୁଇଟି ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.