fbpx

ଆଇଏମଏର ପୂର୍ବତନ ସଭାପତି ଡାକ୍ତର କେକେ ଅଗ୍ରୱାଲଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ମୃତ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ହାର୍ଟ କେୟାର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଓ ଆଏମଏର ପୂର୍ବତନ ସଭାପତି ପଦ୍ମଶ୍ରୀ ଡାକ୍ତର କେକେ ଅଗ୍ରୱାଲଙ୍କ ସୋମବାର ରାତି ୧୧ଟା ୩୦ରେ ନିଧନ ହୋଇଛି । ଡାକ୍ତର କେକେ ଅଗ୍ରୱାଲ କରୋନାରେ ସଂକ୍ରମିତ ହୋଇ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

ତେବେ କେକେ ଅଗ୍ରୱାଲ ନିଜ ଟ୍ୱିଟର ଆକାଉଣ୍ଟରେ କରୋନା ପଜିଟିଭ ହୋଇଥିବା ଏପ୍ରିଲ୍ ୨୮ରେ ସୂଚନା ଦେଇଥିଲେ । ସେ କରୋନା ଭ୍ୟାକ୍ସିନର ୨ଟି ଡୋଜ୍ ବି ନେଇଥିଲେ ।

ଡାକ୍ତର କେକେ ଅଗ୍ରୱାଲ ହାର୍ଟ କେୟାର ଫାଉଣ୍ଡେସନର ସଭାପତି ଥିଲେ । ଏହା ପୂର୍ବରୁ ସେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଅଧ୍ୟକ୍ଷ ରହିଥିଲେ । ୨୦୧୦ରେ ମେଡିକାଲ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । କେକେ ଅଗ୍ରୱାଲ ୧୯୭୯ରେ ନାଗପୁର ବିଶ୍ୱବିଦ୍ୟାଳୟରେ ଏମବିବିଏମ ଶେଷ କରିଥିଲେ । ମେଡିକାଲ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଅଗ୍ରୱାଲଙ୍କୁ ଡାକ୍ତର ବିସି ରାୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.