fbpx
BSKY SKY
BSKY SKY

‘ତଉକ୍ତେ’ ତାଣ୍ଡବ: ୧୬ ମୃତ, ୧୯୦ କିମି ବେଗରେ ପବନ

BSKY

ନୂଆଦିଲ୍ଲୀ, ୧୮ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ଭୟଙ୍କର ରୂପ ନେଇଛି । ଗତକାଲି ରାତି ୮ଟା ୩୦ରେ ଏହା ଗୁଜରାଟ ଉପକୂଳ ଛୁଇଁଥିଲା । ଏହାର ପ୍ରଭାବରେ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଆଦି ରାଜ୍ୟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି । ସ୍ଥଳଭାଗ ସ୍ପର୍ଶ କରିବା ପରେ ‘ତଉକ୍ତେ’ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ତାଣ୍ଡବ ଲୀଳା ରଚିଥିଲା । ଘଣ୍ଟା ପ୍ରତି ୧୯୦ କିମି ବେଗରେ ପବନ ବହିବା ସହ ବଡ଼ ବଡ଼ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ନିମ୍ନ ଅଞ୍ଚଳରୁ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିଛନ୍ତ । ଜରୁରୀକାଳୀନ ପରିସ୍ଥିତି ପାଇଁ ୧୦୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଥିବା ସହ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଛି । ବର୍ଷା ଓ ପବନ ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମା ବନ୍ଦରକୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଗୋଆରେ ମଧ୍ୟ ରାସ୍ତାଘାଟ ବୁଡ଼ିଯିବା ସହ ପ୍ରବଳ କ୍ଷୟକ୍ଷତି ଘଟିଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ କର୍ଣ୍ଣାଟକ ଓ ଗୋଆର ୧୦ ଜଣ ଓ ମହାରାଷ୍ଟ୍ରର ୬ ଜଣଙ୍କର ମୃତ୍ୟୁ ଘଟିଛି । କ୍ଷୟକ୍ଷତି ବିଷୟରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ, ମହାରାଷ୍ଟ୍ର ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.