fbpx
BJD SKY
BJD SKY

ଭାରତୀୟ ତଟରକ୍ଷୀ ବାହିନୀରେ ନିଯୁକ୍ତି: ବେସିକ ପେ’ ୨୧,୭୦୦ ଟଙ୍କା, ଦଶମ ଓ ଦ୍ୱାଦଶ ପିଲା ଆବେଦନ କରିପାରିବେ

BJD

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ୩୫୦ଟି ପଦ ପାଇଁ ଆସିଛି ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ନାବିକ (ଜେନେରାଲ ଡ୍ୟୁଟି), ନାବିକ (ଡୋମୋଷ୍ଟିକ ବ୍ରାଞ୍ଚ), ଯାନ୍ତ୍ରିକ (ମେକାନିକାଲ), ଯାନ୍ତ୍ରିକ (ଇଲେକ୍ଟ୍ରିକାଲ) ଯାନ୍ତ୍ରିକ (ଇଲେକ୍ଟ୍ରୋନିକ୍ସ) ଆଦି ପଦରେ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଯୁକ୍ତଦୁଇ, ଡିପ୍ଲୋମା ଆଦି ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବନିମ୍ନ ଉଚ୍ଚତା ୧୫୭ ସେଣ୍ଟିମିଟର ରହିଥିବା ସହ ଛାତିର ପ୍ରସାରଣ, ଶରୀରର ଓଜନ ଓ ଶୁଣିବା କ୍ଷମତା ପରୀକ୍ଷଣ କରାଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୨୨ ବର୍ଷ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରଯିବ ।

ସେପ୍ଟେମ୍ବର ମାସ ୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୨ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ବୈଧ ରହିଥିବା ଇ-ମେଲ ଆଇଡି ଓ ମୋବାଇଲ ନମ୍ବର ପ୍ରଦାନ କରିବେ । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଥିବା ବେଳେ ଅନ୍ୟ ବର୍ଗର ପ୍ରାର୍ଥୀମାନେ ଏଥିପାଇଁ ୩୦୦ ଟଙ୍କା ପଇଠ କରିବେ । ପେମେଣ୍ଟ ନେଟ୍ ବ୍ୟାଙ୍କିଂ / ଭିସା / ମାଷ୍ଟର / ମାଇଷ୍ଟ୍ରୋ / ରୁପେ କ୍ରେଡିଟ / ଡେବିଟ କାର୍ଡ / ୟୁପିଆଇ ମାଧ୍ୟମରେ ଗ୍ରହଣ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 08.09.2023

ନୋଟିଫିକେସନ ଲିଙ୍କ: https://www.davp.nic.in/WriteReadData/ADS/eng_10119_5_2324b.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://joinindiancoastguard.cdac.in/

Get real time updates directly on you device, subscribe now.