fbpx
BSKY SKY
BSKY SKY

ଶ୍ରୀକୃଷ୍ଣ ପୂରଣ କରିବେ ସବୁ ଇଚ୍ଛା, ଜନ୍ମାଷ୍ଟମୀରେ କରନ୍ତୁ ଏହି ଉପାୟ

BSKY

ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ରାତି ସମୟରେ ରୋହିଣୀ ନକ୍ଷତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ତେଣୁ ସେହି ଦିନକୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଏ । ଜନ୍ମାଷ୍ଟମୀରେ ବ୍ରତ କରିବାର ନିୟମ ରହିଛି । ଶ୍ରୀକୃଷ୍ଣଙ୍କ ସହିତ ଜଡିତ ଅନେକ ସ୍ଥାନ ଯେପରି ମଥୁରା,ଗୋକୁଲରେ ଆଜି ଜନ୍ମାଷ୍ଟମୀ ପାଳନ ହେବ । ମନ୍ତ୍ର ଜପ କରିବା ଏବଂ ମନସ୍କାମନା ପୂରଣ କରିବା ପାଇଁ ଏହି ଦିନର ମହତ୍ୱ ରହିଛି । ଏହି ଦିନ କିଛି ଉପାୟ କରିବା ଦ୍ୱାରା ଆପଣଙ୍କ ନିକଟରେ ଧନର ଅଭାବ ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ଆଜିର ଦିନରେ କେଉଁ ଉପାୟ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ।

୧. ଯଦି ଆପଣ ଆର୍ଥିକ ସମସ୍ୟ ଦେଇ ଗତି କରୁଛନ୍ତି ତେବେ ଆପଣ ରାଧାକୃଷ୍ଣଙ୍କ ମନ୍ଦିରକୁ ଯାଇ ସେଠାରେ ନିଜ ହାତରେ ହଳଦୀ ରଙ୍ଗର ଫୁଲ ଭଗବାନଙ୍କୁ ଅର୍ପଣ କରନ୍ତୁ । ଏହା ଛଡା କୃଷ୍ଣଙ୍କ ଜନ୍ମ ସମୟରେ ଘିଅ ଦିପ ଲଗାଇ ଅଷ୍ଟ ଦଶାକ୍ଷର ମନ୍ତ୍ର ଜପ କରନ୍ତୁ । ମନ୍ତ୍ରଟି ହେଉଛି- ‘କ୍ଲିଂ କୃଷ୍ଣାୟ ଗୋବିଦାୟ ଗୋପିଜନବଲ୍ଲଭାୟ ସ୍ୱାହା ।’

୨. ଯଦି ଆପଣ ଚାହାନ୍ତି ଆପଣଙ୍କ ଜୀବନ ସବୁବେଳେ ଧନ ଆଉ ଯଶରେ ଭରି ରହୁ ତେବେ ଆପଣ ମନ୍ଦିରରେ ହଳଦୀ ରଙ୍ଗର କପଡା, ହଳଦୀ ରଙ୍ଗର ଫଳ, ହଳଦୀ ରଙ୍ଗର ମିଠା ଦାନ କରନ୍ତୁ । ଏହା ସହିତ ରାତିରେ ଏହି ମନ୍ତ୍ର ଜପ କରନ୍ତୁ ମନ୍ତ୍ରଟି ହେଉଛି-‘କ୍ଲଂ କୃଷ୍ଣାୟ ସ୍ୱାହା ।’

୩. ଯଦି ଆପଣଙ୍କ ପାଖରେ ଟଙ୍କା ପଇସାର ଅଭାବ ନାହିଁ କିନ୍ତୁ ତାହା ଖର୍ଚ୍ଚ ହୋଇଯାଉଛି ଏବଂ ଦରକାର ସମୟରେ ଆପଣ ଅନ୍ୟଠାରୁ ଟଙ୍କା ଧାର କରୁଛନ୍ତି ତେବେ ଏହି ଉପାୟ କରନ୍ତୁ । ଆଜି ରାତି ୧୨ ଟାରେ ଏକାନ୍ତରେ ଲାଲ ବସ୍ତ୍ର ପରିଧାନ କରି ବସନ୍ତୁ ଏବଂ ୧୦ଟି କୋଉଡିରେ ସିନ୍ଦୁର ଲଗାଇ ରଖନ୍ତୁ । ଏହା ସହ ତେଲର ଦୀପ ଲଗାନ୍ତୁ । ‘ଗୋପିଜନବଲ୍ଲଭାୟ ସ୍ୱାହା’ ଏହି ମନ୍ତ୍ରକୁ ୫ ଥର ଜପ କରନ୍ତୁ । ଜପ ସରିବା ପରେ ପୂଜା ଥାଳିରେ ଥିବା କଉଡିକୁ ଆପଣ ଲକରରେ ବା ଯେଉଁଠାରେ ଟଙ୍କା ରଖୁଛନ୍ତି ସେଠାରେ ରଖନ୍ତୁ ।

୪. ଯଦି ଆପଣ ଜୀବନରେ ଯଶ ଏବଂ ପ୍ରସିଦ୍ଧି ଲାଭ କରିବାକୁ ଚାହାନ୍ତି ତେବେ ଆପଣ ସାଗୁ କିମ୍ବା ଚାଉଳର ଖିରୀ ପ୍ରସ୍ତୁତ କରି ଭୋଗ ଲଗାଇ ପାରିବେ । ଯଦି ସମ୍ଭବ ତେବେ ଖିରୀରେ କେଶର ମଧ୍ୟ ପକାଇ ପାରିବେ । ଏହା ସହିତ ରାତିରେ ଶ୍ରୀକୃଷ୍ଣଙ୍କ ଏହି ମନ୍ତ୍ର ଜପ କରନ୍ତୁ । ମନ୍ତ୍ରଟି ହେଉଛି- ‘କ୍ଲିଂ ହୃଷିକେଶାୟ ନମଃ ।’

୫. ଯଦି ଆପଣ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଆଜିର ଦିନରେ ଆପଣଙ୍କ ବଗିଚାରେ କିମ୍ବା କୌଣସି ମନ୍ଦିରରେ ଦୁଇଟି କଦଳୀ ଗଛ ଲଗାନ୍ତୁ । ଏବଂ ରାତିରେ ‘ଶ୍ରୀ ହ୍ରୀଂ କ୍ଲିଂ କୃଷ୍ଣାୟ ସ୍ୱାହା’ ମନ୍ତ୍ର ଜପ କରନ୍ତୁ ।

୬. ଯଦି ଆପଣଙ୍କ ମନରେ କୌଣସି ଇଚ୍ଛା ରହିଛି ଏବଂ ତାହାକୁ ଖୁବ ଶିଘ୍ର ପୂରଣ କରିବାକୁ ଚାହାନ୍ତି ତେବେ ଆଜି ଶଙ୍ଖରେ ପାଣି ଭରି ସେଥିରେ ଶ୍ରୀକୃଷ୍ଣଙ୍କ ଅଭିଶେକ କରନ୍ତୁ । ଏହା ସହିତ ରାତିରେ ‘ଶ୍ରୀଂ ହ୍ରିଂ କ୍ଲିଂ କୃଷ୍ଣାୟ ଗୋବିଦାୟ ସ୍ୱାହା’ ମନ୍ତ୍ରର ଜପ କରନ୍ତୁ ।

୭. ଯଦି ଆପଣ ଆପଣଙ୍କ ପରିବାରରେ ସୁଖ ଶାନ୍ତି ବଜାଇ ରଖିବାକୁ ଚାହାନ୍ତି ତେବେ କୃଷ୍ଣଙ୍କ ଜନ୍ମ ସମୟରେ ବିଧି ପୂର୍ବକ ପୂଜା କରନ୍ତୁ । ଏହା ଛଡା ଲହୁଣୀ ମିଶ୍ରିର ଭୋଗ ଲଗାନ୍ତୁ । ଏହା ସହ ‘ଓଁ ନାମୋ ଭଗବତେ ନାରାୟଣ’ ମନ୍ତ୍ରର ଜପ କରନ୍ତୁ ।

୮. ଯଦି ଆପଣ ଶତ୍ରୃକୁ ନିଜଠାରୁ ଦୂର କରିବାକୁ ଚାହାନ୍ତି ତେବେ ଆଜି ରାତି ୧୨ ଟାରେ ଗୋଟା ବା ଫାଳ ନ ହୋଇଥିବା ମୁଗ ଡାଲିରେ ଚାଉଳ ମିଶାଇ ଏହାକୁ ଏକ ଗାତ କରି ପୋତି ଦିଅନ୍ତୁ । ଏହା ସହିତ ଶ୍ରୀକୃଷ୍ଣଙ୍କ ‘ଓଁ ନମୋ ଭଗବତେ ରୁକମଣୀ ବଲ୍ଲଭାୟ ସ୍ୱାହା’ ମନ୍ତ୍ରର ଜପ କରନ୍ତୁ ।

୯. ଆପଣ ଆପଣଙ୍କ ଜୀବନରେ ଖୁସିରେ ରହିବାକୁ ଚାହାନ୍ତି ତେବେ ଆଜି ନକରାତ୍ମକ ଚିନ୍ତାରୁ ଦୂରରେ ରୁହନ୍ତୁ । ଏହା ଛଡା ଭଗବାନଙ୍କ ମୁର୍ତ୍ତି ସାମ୍ନାରେ ଆସନ ବିଛାଇ ବସନ୍ତୁ । କେଶରରେ କିଛି ଅଭିର ମିଶାଇ ରଖନ୍ତୁ । ଏହାକୁ ପ୍ରତିଦିନ ଗାଧୋଇ ଆସିବା ପରେ ‘ଏଂ କ୍ଲିଂ କୃଷ୍ଣାୟ ହ୍ରିଂ ଗୋବିନ୍ଦାୟ ଶ୍ରୀ ଗୋପୀ ଜନବଲ୍ଲଭାୟ ସ୍ୱାହା ସୋଂ’ ଏହି ମନ୍ତ୍ରର ଜପ କରନ୍ତୁ ।

୧୦. ଯଦି ଆପଣ କୌଣସି ବ୍ୟବସାୟ ବା ଚାକିରୀରେ ଉନ୍ନତି କରିବାକୁ ଚାହାନ୍ତି ତେବେ ଆପଣ ୭ ଜଣ କନ୍ୟାଙ୍କୁ ଘରକୁ ଆଦରର ସହିତ ଡାକି ତାଙ୍କୁ ଖିରୀ ଖାଇବାକୁ ଦିଅନ୍ତୁ । ଏହି ଖିରୀ ପ୍ରଥମରୁ ଭଗବାନ କୃଷ୍ଣଙ୍କ ପାଖରେ ଭୋଗ ଲାଗିଥିବା ଉଚିତ । ଏହା ସହ ରାତିରେ ‘ଓଁ କ୍ଲି ନମୋ ଭଗବତେ ନନ୍ଦପୁତ୍ରାୟ ବାଲାଦିବପୁଷ ଶ୍ୟାମଲାୟ ଗୋପୀଜନ ବଲ୍ଲଭାୟ ସ୍ୱାହା’ ମନ୍ତ୍ର ଜପ କରନ୍ତୁ ।

୧୧. ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ଜୀବନସାଥୀ ଭାବରେ ପାଇବାକୁ ଚାହୁଛନ୍ତି ତେବେ ଆପଣ ଆଜି ମନ୍ଦିରରେ ହଳଦୀ ରଙ୍ଗର ଫୁଲ ମାଳ ପ୍ରଦାନ କରନ୍ତୁ । ଏହା ପରେ ‘ଓଁ କ୍ଲିଂ ଶ୍ରୀ ଗୋପୀଜନ ବଲ୍ଲଭାୟ ସ୍ୱାହା’ ମନ୍ତ୍ର ଜପ କରନ୍ତୁ ।

Get real time updates directly on you device, subscribe now.