fbpx

ଜନ୍ମାଷ୍ଟମୀରେ ଭୋଗ ଆକାରରେ କାକୁଡ଼ି ଅର୍ପଣର ରହିଛି ଭିନ୍ନ ମହତ୍ତ୍ୱ: ନବ ବିବାହିତା ମହିଳା କିମ୍ବା ଗର୍ଭବତୀ ମହିଳାମାନଙ୍କୁ ଖାଇବାକୁ ଦିଆଯାଏ

ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ସାଜସଜ୍ଜା ଏବଂ ପୂଜାରେ ଅନେକ ପ୍ରକାରର ଜିନିଷ ବ୍ୟବହାର କରାଯାଏ । କିନ୍ତୁ କୃଷ୍ଣଙ୍କ ଜନ୍ମରେ ବ୍ୟବହାର ହେଉଥିବା କାକୁଡି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଧାର୍ମିକ ବିଶ୍ୱାସ ଅନୁଯାୟୀ କାକୁଡି ବିନା ଜନ୍ମାଷ୍ଟମୀ ଅସମ୍ପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା କାକୁଡି ବିନା ଜନ୍ମାଷ୍ଟମୀ କାହିଁକି ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । ଜନ୍ମାଷ୍ଟମୀ ଦିନ କାକୁଡି କାଟି ଏହାର ଡାଳରୁ ଅଲଗା କରାଯାଇଥାଏ । ଶ୍ରୀ କୃଷ୍ଣଙ୍କୁ ମାତା ଦେବକୀଙ୍କଠାରୁ ପୃଥକ କରିବାର ଏହା ପ୍ରତୀକ ଭାବରେ ବିଶ୍ୱାସ କରାଯାଏ ।

ଜନ୍ମ ସମୟରେ, ଯେଉଁଭଳି ଭାବରେ ଶିଶୁମାନେ ଗର୍ଭାଶୟରୁ ଅଲଗା ହୁଅନ୍ତି । ସେହିଭଳି ଜନ୍ମାଷ୍ଟମୀ ଅବସରରେ କାକୁଡିର ଡାଳ କଟା ଯାଇଥାଏ ଏବଂ କୃଷ୍ଣଙ୍କ ଜନ୍ମ ହେବାର ପରମ୍ପରାକୁ ପାଳନ କରାଯାଏ । ତେବେ ଏହାକୁ ନେଇ ଅଯୋଧ୍ୟାର ଜ୍ୟୋତିଷ ପଣ୍ଡିତ କଳ୍କି ରାମ କହିଛନ୍ତି ଯେ ଏଥର ସେପ୍ଟେମ୍ବର ୭ରେ ଜନ୍ମାଷ୍ଟମୀପର୍ବ ପାଳନ କରାଯିବ । ଜନ୍ମାଷ୍ଟମୀରେ କାକୁଡି ସବୁଠାରୁ ସ୍ୱତନ୍ତ୍ର ହୋଇଥାଏ । ଜନ୍ମାଷ୍ଟମୀ ଦିନ କାକୁଡି ବିନା ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ ।

ଜନ୍ମାଷ୍ଟମୀ ରାତି ୧୨ଟା ସମୟରେ, ଡାଳ ଥିବା କାକୁଡି କାଟି ଅଲଗା କରାଯାଇଥାଏ । ଯେପରି ପିଲାମାନେ ଜନ୍ମ ସମୟରେ ମା’ଠାରୁ ଅଲଗା ହୋଇଥାନ୍ତି । ସେହିଭଳି ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ କାକୁଡିରୁ ଅଲଗା କରି ପାଳନ କରାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କର କାକୁଡି ଅତି ପ୍ରିୟ ବୋଲି କୁହାଯାଏ । ଏହି କାରଣରୁ ଜନ୍ମାଷ୍ଟମୀରେ କାକୁଡିକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଜନ୍ମାଷ୍ଟମୀ ଦିନ ରାତି ପ୍ରାୟ ୧୨ଟା ସମୟରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ସମୟରେ ଶଙ୍ଖ ଓ ହୁଳହୁଳି ଦେଇ କୃଷ୍ଣଙ୍କ ଜନ୍ମର ଖୁସି ପାଳନ କରାଯାଇଥାଏ । ଏହା ପରେ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଜନ୍ମାଷ୍ଟମୀ ଦିନ କାକୁଡି ଅର୍ପଣ କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ । ଆପଣ ନିଶ୍ଚିତ ଭାବରେ ଲୋକମାନଙ୍କୁ ଭୋଗରେ କାକୁଡି ଅର୍ପଣ କରିଥିବାର ଦେଖିଥିବେ । ଅନ୍ୟପଟେ ଅନେକ ସ୍ଥାନରେ ନବ ବିବାହିତା ମହିଳା କିମ୍ବା ଗର୍ଭବତୀ ମହିଳାମାନଙ୍କୁ ଏହି କାକୁଡ଼ି ଖାଇବାକୁ ଦିଆଯାଏ । କାରଣ ଯଦି ଜଣେ ଗର୍ଭବତୀ ମହିଳାଙ୍କୁ ଏହି ଭୋଗ କାକୁଡ଼ି ଖାଇବାକୁ ଦିଆଯାଏ, ତେବେ ବିଶ୍ୱାସ କରାଯାଏ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଜନ୍ମ ହେବ ।

Get real time updates directly on you device, subscribe now.