fbpx
BSKY
BJD YOUTH SKY
BJD MS SKY

ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସୁବିଧା : ସେପ୍ଟେମ୍ବର 7 ରୁ 11 ମଧ୍ୟରେ ଦିଲ୍ଲୀରୁ ବିମାନରେ ଯାତ୍ରା କରିବା ବେଳେ ହେବନି ଅସୁବିଧା

ନୂଆଦିଲ୍ଲୀ : ସେପ୍ଟେମ୍ବର 9 ଏବଂ 10ରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହାକୁ ଭାରତ ଅଧ୍ୟକ୍ଷତା କରୁଛି । ଏହି ଅବଧି ମଧ୍ୟରେ ସରକାରୀ ଅନୁଷ୍ଠାନ ଏନେଇ ବିଭିନ୍ନ ପ୍ରତିବନ୍ଧକ ଘୋଷଣା କରିଛନ୍ତି ଏବଂ ଯାତ୍ରାରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଅନେକ ବିମାନର କାର୍ଯ୍ୟକୁ ପ୍ରଭାବିତ କରୁଛି କାରଣ କେତେକ ବିମାନର ସମୟ ବଦଳି ଯାଇଛି ଏବଂ କିଛି ବିମାନକୁ ଅଟକ ମଧ୍ୟ ରଖାଯିବ । ଏଭଳି ପରିସ୍ଥିତିରେ ବିମାନ ଯାତ୍ରୀମାନଙ୍କୁ ଏନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଏୟାର ଇଣ୍ଡିଆ ଏବଂ ଭିଷ୍ଟାରା ଯାତ୍ରୀମାନଙ୍କ ପାଇଁ କିଛି ବିଶେଷ ଘୋଷଣା କରିଛନ୍ତି । ଟାଟା ଗ୍ରୁପ୍‌ର ମାଲିକାନା ଥିବା ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ, ଜି -20 ଶିଖର ସମ୍ମିଳନୀ ହେତୁ ଯଦି ଦିଲ୍ଲୀରେ ଯାତ୍ରା ପ୍ରତିବନ୍ଧକ ଲଗାଯାଏ, ଏନେଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ, ତେବେ ଯାତ୍ରୀ ମାନଙ୍କ ପାଇଁ ସେପ୍ଟେମ୍ବର 7 ରୁ 11 2023 ପର୍ଯ୍ୟନ୍ତ ବିମାନ ଉଡ଼ାଣର ସମୟ ଏବଂ ତାରିଖରେ ପରିବର୍ତ୍ତନ କରାଯିବ ।

ଏୟାର ଇଣ୍ଡିଆ ଏ ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି ଯେ, ଦିଲ୍ଲୀରୁ ବିମାନ ଉଡ଼ାଣ ପାଇଁ ନିଶ୍ଚିତ ଟିକେଟ୍ ଧରି ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରାର ତାରିଖ ପରିବର୍ତ୍ତନ କରିବାର ବିକଳ୍ପ ଦେଉଛି । ଏକ ଶୁଭକାମନା ପରିପ୍ରେକ୍ଷୀରେ, ଏହି ତାରିଖଗୁଡ଼ିକରେ ଦିଲ୍ଲୀରୁ ବିମାନ ଉଡ଼ାଣ ପାଇଁ ନିଶ୍ଚିତ ଟିକେଟ୍ ଧରି ଯାତ୍ରୀମାନଙ୍କୁ ପ୍ରଯୁଜ୍ୟ ଚାର୍ଜରେ ଥରେ ରିହାତି ଦିଆଯିବ । ଯଦି ସେମାନେ ଯାତ୍ରା ତାରିଖ କିମ୍ବା ସେମାନଙ୍କର ବିମାନ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ପୁନଃ ନିର୍ଦ୍ଧାରିତ ବିମାନ ପାଇଁ ଯାତ୍ରୀଙ୍କୁ ଭଡା ମଧ୍ୟରେ ପାର୍ଥକ୍ୟ ପ୍ରଯୁଜ୍ୟ ହେବ ।ଏହା ସହ ଜଡିତ କୌଣସି ସୂଚନା ପାଇଁ, +91 124-2641407 / +91 20-26231407 ନମ୍ବର କଲ୍ କରି ସେମାନେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.