fbpx

କମଳା, ନାଲି ରଙ୍ଗକୁ ଛାଡି ଏବେ କଳା ରଙ୍ଗର ଗାଜର ଖାଆନ୍ତୁ, ଏବଂ ପାଆନ୍ତୁ ଅନେକ ଉପକାରିତା

ଓଡିଶା ଭାସ୍କର; ସାଧାରଣତଃ ଭାରତରେ ଖାଉଥିବା ପନିପରିବା ମଧ୍ୟରୁ ଗାଜର ଗୋଟିଏ ଅନ୍ୟତମ ପରିବା । ଶୀତଦିନେ ଗାଜର ଖାଇବା ଜରୁରୀ ଅଟେ ଏଣୁ ଗାଜର କା ହାଲୱା ବିନା ଶୀତ ଋତୁ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । ଅନେକ ଜଣ ଭାବିଥାନ୍ତି ଯେ, ଏହି ଗାଜର କେବଳ କମଳା ଏବଂ ନାଲି ରଙ୍ଗରେ ମିଳିଥାଏ । ହେଲେ ତାଙ୍କୁ ଜଣା ନାହିଁ ଯେ, ଏହା ଧଳା, ହଳଦିଆ ଏବଂ କଳା ଭଳି ବିଭିନ୍ନ ରଙ୍ଗରେ ଆସିଥାଏ । ଏହି କଳା ଗାଜର ଭାରତ ଏବଂ ଚାଇନାରେ ଏକ ବିରଳ ଗାଜର କିସମ ।

ରଙ୍ଗର ପରିବର୍ତ୍ତନ ମୁଖ୍ୟତଃ ବିଭିନ୍ନ ପ୍ରକାରର ମିଳୁଥିବା ଯୌଗିକର ଏକାଗ୍ରତା ହେତୁ ହୋଇଥାଏ । ଯେପରି ବାଇଗଣୀ ଏବଂ କଳା କିସମର ଗାଜରରେ କଳା ରଙ୍ଗ ଆଣ୍ଟୋସିୟାନିନର ଏକାଗ୍ରତା ରହିଥାଏ ସେହିପରି କମଳା ଏବଂ ହଳଦିଆ ଗାଜରରେ ବିଟା-କାରୋଟିନ୍ ଏବଂ ଅନ୍ୟାନ୍ୟ ସକ୍ରିୟ ଉପାଦାନ ଅଧିକ ରହିଥାଏ । କମଳା ରଙ୍ଗ ଗାଜର ଭଳି, କଳା ଗାଜର ଟିକେ ମିଠା ଏବଂ ଏକ ସୂକ୍ଷ୍ମ ମସଲାଯୁକ୍ତ ପେଷ୍ଟ ଭଳି ସ୍ୱାଦ ଦେଇଥାଏ । କମଳା ରଙ୍ଗ ଗାଜର ସ୍ୱାଦଠାରୁ କଳା ଗାଜରର ସ୍ୱାଦ ଅଧିକ ରହିଥାଏ । ଏହା ସହ ସ୍ୱାସ୍ଥ୍ୟ ଉପକାର ପାଇଁ ଯଥେଷ୍ଟ ଜଣାଶୁଣା । ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ଏହା ଦୂର କରିବାରେ ସାହାଯ୍ୟ କରେ ।

  • ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ଜାଣନ୍ତୁ

ଏଥିରେ ମାଙ୍ଗାନିଜ୍, ଭିଟାମିନ୍-ବି,ଫାଇବର, ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ସି ପରି ଅନେକ ଉପକାରୀ ପୋଷକ ତତ୍ତ୍ୱ ଭରି ରହିଥାଏ । ଯାହା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେହିପରି ଏହା ପେଟ ଫୁଲିବା, ଗ୍ୟାସ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।

ଅନ୍ୟପଟେ ଏହି କଳା ଗାଜର କୋଷ୍ଠକାଠିନ୍ୟ,ଡାଇରିଆ ଆଦି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ବିଶେଷକରି କଳା ଗାଜର ଖାଇବା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରଲ କମେଇବାରେ ତାହା ବହୁତ ମାତ୍ରାରେ ସାହାଯ୍ୟ କରିଥାଏ । କ୍ୟାନ୍ସର ରୋଗୀଙ୍କ ପାଇଁ ଏହି କଳା ଗାଜର ବହୁତ୍ ଉପକାରୀ ହୋଇଥାଏ ବୋଲି ମଧ୍ୟ ଜଣାପଡିଛି ।

Get real time updates directly on you device, subscribe now.