fbpx
BSKY
BJD MC SKY
BJD YOUTH SKY

World of Statistics ରିପୋର୍ଟ: ପାକିସ୍ତାନ ଠାରୁ ଭାରତରେ ଅଧିକ ବେକାରୀ, ବିଶ୍ୱରେ କାହିଁକି ଦେଖାଗଲା ମାନ୍ଦାବସ୍ଥା

ନୂଆଦିଲ୍ଲୀ: କୋଭିଡ ମହାମାରୀ, ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ସାରା ବିଶ୍ୱ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତିକରୁଛି । ବିଶ୍ୱର ଅନେକ ରାଷ୍ଟ୍ରର ଆର୍ଥିକ ଅବସ୍ଥା ଏବେ ନିମ୍ନମୁଖୀ ହେବାରେ ଲାଗିଛି । ତେଣୁ ଏପରି ଆର୍ଥିକ ମାନ୍ଦାବସ୍ଥା କାରଣରୁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରୁଥିବା ଦେଖାଯାଇଛି । ଆମାଜନ, ଗୁଗଲ, ଫେସବୁକ ପରି ବହୁ ଟେକ୍ କମ୍ପାନୀମାନେ ଅନେକ କର୍ମଚାରୀଙ୍କୁ ଛଟେଇ କରିଥିଲେ ।

ତେବେ ସାରା ବିଶ୍ୱର ଏଭଳି ସ୍ଥିତିକୁ ନେଇ ‘ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ’ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଭାରତ ସମେତ ବିଶ୍ୱର ଅନେକ ରାଷ୍ଟ୍ରର ବେକାରୀ ପରିସ୍ଥିତି ବିଷୟରେ ଉଲ୍ଲେଖ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ସବୁଠାରୁ ଅଧିକ ୩୨.୬ ପ୍ରତିଶତ ବେକାରୀ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା ଇରାକରେ ୧୫.୫୫ ପ୍ରତିଶତ ବେକାରୀ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ବୋସନିୟା ଓ ତା’ ପଛକୁ ହର୍ଜଗୋଭିନା ଓ ଆଫଗାନିସ୍ତାନ ରହିଛନ୍ତି । ଏହିସବୁ ଦେଶରେ ବେକାରୀ ହାର ୧୩.୩ ପ୍ରତିଶତ ରହିଛି ।

ତେବେ ବର୍ତ୍ତମାନ ସମୟରେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ବେକାରୀ ହାର କମ୍ ଅର୍ଥାତ ୬.୩ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଭାରତରେ ଏହି ହାର ପାଖାପାଖି ୮ ପ୍ରତିଶତ ରହିଛି । ଆମେରିକାରେ ୩.୮ ପ୍ରତିଶତ, ଅଷ୍ଟ୍ରେଲିଆରେ ୩.୭ ପ୍ରତିଶତ, ଚୀନରେ ୫.୩ ପ୍ରତିଶତ, ସାଉଦୀ ଆରବରେ ୫.୧ ପ୍ରତିଶତ ରହିଛି । କତାରରେ ସବୁଠାରୁ କମ୍ ବେକାରୀ ହାର ଯାହାକି ୦.୧ ପ୍ରତିଶତ ରହିଛି ।

Get real time updates directly on you device, subscribe now.