fbpx
BJD SKY
BJD SKY

ଭାରତୀୟ ଡାକରେ ବିନା ପରୀକ୍ଷାରେ ଏହି ପଦରେ ଚାକିରି, ଜଲଦୀ କରନ୍ତୁ ଆବେଦନ, ମିଳିବ ଭଲ ଦରମା

BJD

ଭାରତୀୟ ଡାକ ବିଭାଗରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଇଣ୍ଡିଆ ପୋଷ୍ଟ ମେକାନିକ, ଇଲେକ୍ଟ୍ରିସିଆନ, ଟାୟରମ୍ୟାନ, ଲୋହାର ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ମେ ୯ ରହିଛି । ସମୁଦାୟ ୯ ପଦ ପାଇଁ ଆବେଦନ ରହିଛି ।

ଅନଲାଇନ ଆବେଦନ କରିବାର ଶେଷ ତାରିଖ- ୯ ମେ ୨୦୨୨ ସନ୍ଧ୍ୟା ୫

ଏହି ସବୁ ପଦବୀରେ ରହିଛି ନିଯୁକ୍ତି:

କୁଶଳ କାରିଗର-୯

ମେକାନିକ-୫

ଇଲେକ୍ଟ୍ରିସିଆନ-୨

ଟାୟାରମ୍ୟାନ-୧

ଲୋହାର-୧

ଯୋଗ୍ୟତା: ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ବୈଷୟିକ ଅନୁଷ୍ଠାନରୁ ଟ୍ରେଡ ସାର୍ଟିଫିକେଟ କିମ୍ବା ଟ୍ରେଡରେ ଏକ ବର୍ଷର ଅନୁଭବ ରହିଥିବା ସହ ୮ ମ ପାସ୍ ହୋଇଥିବା ଆବଶ୍ୟକ ।

ଆଶାୟୀଙ୍କ ବୟସ ସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆଶାୟୀଙ୍କ ଚୟନ ସ୍କିଲ ଟେଷ୍ଟ ଆଧାରରେ କରାଯିବ ।

ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କରେ ଯାଇ ଆବେଦନ କରିପାରିବେ । ଏହା ସହ ଏହି ଲିଙ୍କରେ କ୍ଲିକ କରି ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ ।

 

Get real time updates directly on you device, subscribe now.