fbpx

RINLରେ ଅନେକ ପଦ ଖାଲି: ଡିସେମ୍ବର ୩୧ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଭାଇଜାଗ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟିସ ଟ୍ରେନି (ଜିଏଟି), ଟେକ୍ନିସିଆନ ଆପ୍ରେଣ୍ଟିସ ଟ୍ରେନି (ଟିଏଟି) ଭାବେ ନିଯୁକ୍ତି ଦିଆଯିବ । ବି.ଇ / ବି.ଟେକ ବ୍ରାଞ୍ଚ ପାଇଁ ୨୦୦ ପଦ ଖାଲି ରହିଥିବା ବେଳେ ଡିପ୍ଲୋମା ପାଇଁ ୫୦ ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆବେଦନ କରିପାରିବେ ।

ଗ୍ରାଜୁଏଟ (ଇଞ୍ଜିନିୟରିଂ) ଆପ୍ରେଣ୍ଟିସ ପାଇଁ ପ୍ରାର୍ଥୀ ଇଞ୍ଜିନିୟରିଂ / ଟେକ୍ନୋଲୋଜିରେ ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ସେହିପରି ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟିସ ପାଇଁ ପ୍ରାର୍ଥୀ ଇଞ୍ଜିନିୟରିଂ / ଟେକ୍ନୋଲୋଜିରେ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀମାନେ କେବଳ ୨୦୨୧ / ୨୦୨୨ / ୨୦୨୩ ବର୍ଷରେ ଇଞ୍ଜିନିୟରିଂ / ଡିପ୍ଲୋମା ପାସ୍ ଆଉଟ୍ ହେବା ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏମଏଚଆରଡି)ର ନ୍ୟାସନାଲ ଆପ୍ରେଣ୍ଟିଶିପ ଟ୍ରେନିଂ ସ୍କିମ (ନାଟସ)ର ପୋର୍ଟାଲ www.mhrdnats.gov.inରେ ପଞ୍ଜିକୃତ ହୋଇଥିବା ବାଧ୍ୟତାମୂଳକ ।

ଆପ୍ରେଣ୍ଟିସ (ସଂଶୋଧନ) ଆକ୍ଟ ୧୯୭୩ ଅନୁସାରେ ଆପ୍ରେଣ୍ଟିଶିପ ଟ୍ରେନିଂ ଅବଧି ୧ ବର୍ଷ ପାଇଁ ରହିବ । ଚୟନ ହେବା ପରେ ପ୍ରାର୍ଥୀଙ୍କୁ ରାଷ୍ଟ୍ରୀୟ ଇସ୍ପାସ ନିଗମ ଲିମିଟେଡ (ଆରଆଇଏନଏଲ)ର ବିଶାଖାପଟନମ୍ ପ୍ଲାଣ୍ଟରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ସେମାନଙ୍କର ଯୋଗ୍ୟତା, ଆବେଦନ ସର୍ତ୍ତାବଳୀ ଜାଣିବା ଦରକାର ।

ଗୁଗଲ ଫର୍ମ ଲିଙ୍କ: https://forms.gle/pASBJG8zAaHBtdJS7

ଆପ୍ରେଣ୍ଟିସ ରେଜିଷ୍ଟ୍ରସନ ଲିଙ୍କ: http://www.mhrdnats.gov.in/

ନୋଟିଫିକେସନ ଲିଙ୍କ: https://www.vizagsteel.com/code/tenders/GAT_TAT_2023-24.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.vizagsteel.com/index.asp

 

Get real time updates directly on you device, subscribe now.