fbpx

(Video) ଷ୍ଟେଜରେ ଥିଲେ ଅନେକ ନେତା, ମୋଦୀଙ୍କୁ ଖୋଜୁଥିଲେ ବାଇଡେନ୍, ଦେଖନ୍ତୁ ଭିଡିଓ….

ନୂଆଦିଲ୍ଲୀ: ଜର୍ମାନୀରେ ଆୟୋଜିତ ଜି୭ ସମ୍ମିଳନୀରେ ବିଶ୍ୱର ଅନେକ ତୁଙ୍ଗ ନେତାମାନେ ଏକାଠି ହୋଇଛନ୍ତି । ସବୁ ନେତାମାନେ ପରସ୍ପରକୁ ଭେଟ ହେଉଛନ୍ତି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନରେନ୍ଦ୍ର ମୋଦୀଙ୍କ ଏକ ସାକ୍ଷାତାକାର ସାମ୍ନାକୁ ଆସିଛି, ଯାହାକୁ ଦେଖି ଭାରତୀୟଙ୍କୁ ନିଶ୍ଚୟ ଗର୍ବ ଅନୁଭବ ହେବ ।

ଭିଡିଓରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ କନାଡାର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଥିଲେ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀଙ୍କୁ ଖୋଜି ତାଙ୍କ ପାଖରେ ପହଞ୍ଚିଥିଲେ । ସେ ନିଜେ ନିଜେ ମୋଦୀଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କ କାନ୍ଧ ଉପରେ ହାତରଖି ଡାକିଥିଲେ । ଏହାପରେ ପିଏମ ମୋଦୀ ପଛକୁ ବୁଲିଥିଲେ ଏବଂ ବାଇଡେନକୁ ଦେଖି ଖୁସି ହୋଇଥିଲେ ଏବଂ ତାଙ୍କ ସହ ହାତ ମିଳାଇଥିଲେ । ଭିଡିଓକୁ ଦେଖି ଅନେକ କହିଛନ୍ତି ସତେ ଯେପରି ପୁରୁଣା ବନ୍ଧୁ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଭାରତର ବଢ଼ୁଥିବା ଗୁରୁତ୍ୱରୁ ଏହା ପ୍ରତୀକ ବୋଲି କହୁଛନ୍ତି ।

ସୂଚନାଯୋଗ୍ୟ, ଜର୍ମାନୀରେ ଚଳିତ ଥର ଜି ୭ ସମ୍ମିଳନୀ ଆୟୋଜନ କରାଯାଇଛି । ଜି୭ ରେ ଦୁନିଆର ୭ ଦେଶ ସାମିଲ ହୋଇଛନ୍ତିି । ଏହି ସମୂହରେ ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟଲୀ, ଜାପାନ ଏବଂ ଆମେରିକା ରହିଛନ୍ତି । ଏଥିରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେସେଗଲ, ଦକ୍ଷିଣ ଆଫ୍ରିକା ଭଳି ଦେଶକୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୂଡୁ ଏବଂ ଅନେକ ତୁଙ୍ଗ ନେତା ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.