fbpx

ENG vs SL; ରୋହିତ ଶର୍ମାଙ୍କୁ ପଛରେ ପକାଇ ଶତକ ରେକର୍ଡ କଲେ ଜୋ ରୁଟ୍; ବିରାଟ କୋହଲିଙ୍କଠାରୁ ଏବେ ବି ବହୁ ଦୂରରେ

ନୂଆଦିଲ୍ଲୀ: ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି, ଯେଉଁଠାରେ ଜୋ ରୁଟ୍ ତାଙ୍କ ଟେଷ୍ଟ କ୍ୟାରିୟରର ୩୩ତମ ଶତକ ହାସଲ କରିଛନ୍ତି। କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟରେ ସର୍ବାଧିକ ଶତକ ହାସଲ କରିବାରେ ସେ ଇଂଲଣ୍ଡ ଖେଳାଳି ହୋଇଛନ୍ତି। ଏହା ସହ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଖେଳିବା କ୍ଷେତ୍ରରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ରେ ଜୋ ରୁଟ୍ ନିଜ ଟେଷ୍ଟ କ୍ୟାରିୟରର ୩୩ତମ ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଦିନିକିଆ ଫର୍ମାଟରେ ୧୬ଟି ଶତକ ହାସଲ କରିଛନ୍ତି, ଯାହା ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ଶତକ ସଂଖ୍ୟାକୁ ମୋଟ ୪୯ରେ ପହଞ୍ଚାଇଛି। ଦ୍ବିତୀୟ ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୮ଶତକ ହାସଲ କରିଛନ୍ତି। ରୋହିତ ଦିନିକିଆରେ ୩୧, ଟେଷ୍ଟ କ୍ୟାରିୟରରେ ୧୨ ଓ ଟି-୨୦ରେ ୫ ଶତକ ହାସଲ କରିଛନ୍ତି। ଏହାକୁ ମିଶାଇ ତାଙ୍କର ସମୁଦାୟ ଶତକ ସଂଖ୍ୟା ୪୮ ରେ ପହଞ୍ଚିଛି।

ବର୍ତ୍ତମାନର କ୍ରିକେଟରଙ୍କ ବିଷୟରେ କହିବାକୁ ଗଲେ ବିରାଟ କୋହଲିଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ରହିଛି । କୋହଲି ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ୮୦ ଶତକ ସହ ଶୀର୍ଷରେ ଅଛନ୍ତି। ଏହି ତାଲିକାରେ ବିରାଟଙ୍କ ପଛକୁ ଜୋ ରୁଟ୍ (୪୯) ରହିଥିବା ବେଳେ ତାଙ୍କ ପରେ ରୋହିତ ଶର୍ମା (୪୮) ତୃତୀୟ ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.