fbpx
BSKY SKY
BSKY SKY

ଭାରତକୁ ଖୁବ୍ ଶୀଘ୍ର ମିଳିପାରେ ସିଙ୍ଗଲ୍ ଡୋଜ୍ ଭାକସିନ୍, ଜନସନ୍ ଆଣ୍ଡ ଜନସନ୍ ମାଗିଲା ଅନୁମତି

BSKY

ୱାଶିଂଟନ୍: ଆମେରିକୀୟ ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ଭାରତରେ ସିଙ୍ଗଲ୍ ଡୋଜ୍ ଭାକସିନ୍ ପାଇଁ ଜରୁରୀକାଳୀନ ବ୍ୟବହାର ନିମେନ୍ତ ଅନୁମତି ମାଗିଛି । ଯଦି ଏହାକୁ ସରକାର ଅନୁମୋଦନ ଦିଅନ୍ତି ତେବେ ଏହା ଚତୁର୍ଥ ଟିକା ହେବ । ସରକାରଙ୍କ ଅନୁମୋଦନ ପାଇବାରେ ଏହା ଦେଶରେ ପ୍ରଥମ ସିଙ୍ଗଲ୍ ଡୋଜ୍ ଟିକା ହେବ ।

ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ଋଷ୍ ଟିକା ସ୍ପୁଟନିକ୍-ଭିକୁ ଟିକାକରଣ ଅଭିଯାନରେ ସାମିଲ୍ କରାଯାଇଛି । କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟନିକ୍-ଭି, ଏହି ତିନିଟି ହେଉଛି ଡବଲ୍-ଡୋଜ୍ ଟିକା । ଏହି ଟିକା ସବୁକୁ ପ୍ରାୟ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୪୯.୫୩ କୋଟିରୁ ଅଧିକ ଡୋଜ ଦିଆଯାଇଛି। ଜରୁରୀକାଳୀନ ବ୍ୟବହାର ପାଇଁ ଯଦି ଜନସନ ଆଣ୍ଡ ଜନସନଙ୍କ ଟିକା ଅନୁମୋଦିତ ହୁଏ, ତେବେ ଏହା ଭାରତରେ ବ୍ୟବହୃତ ପ୍ରଥମ ସିଙ୍ଗଲ୍ ଡୋଜ୍ ଟିକା ହେବ।

ସୋମବାର ଦିନ କମ୍ପାନୀ କହିଛି ଯେ ଏହାର ଏକକ ଡୋଜ୍ କୋଭିଡ୍ -୧୯ ଟିକା ଭାରତକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ବାବଦରେ ଭାରତ ସରକାରଙ୍କ ସହ ଏନେଇ ଆଲୋଚନା ଜାରି ରହିଛ୍ରି । ତେଣୁ ସେମାନେ ଆଶା କରୁଛନ୍ତି ଯେ, ଏହାକୁ ଅନୁମତି ପ୍ରଦାନ କରାଯିବ ।

Get real time updates directly on you device, subscribe now.