fbpx
BSKY SKY
BSKY SKY

ଟାଇଗର ଶ୍ରଫଙ୍କ ହୃଦୟସ୍ପର୍ଶୀ ଗୀତ ‘ବନ୍ଦେ ମାତରମ୍’; ସ୍ୱତନ୍ତ୍ରତା ଦିବସ ଅବସରରେ ରିଲିଜ ହେବ

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡରେ ଫିଲ୍ମରେ ନିଜର ଆକ୍ସନକୁ ନେଇ ଟାଇଗର ଶ୍ରଫ ସମସ୍ତଙ୍କୁ ଚକିତ କରିଦେଇଥାନ୍ତି । ଟାଇଗରଙ୍କ ଆକ୍ସନ ସିନକୁ ଫ୍ୟାନମାନେ ମଧ୍ୟ ବେଶ୍ ପସନ୍ଦ କରନ୍ତି । ଆଉ ଏବେ ଏହି ଅଭିନେତା ସଂଗୀତରେ ନିଜର ଯୋଗ୍ୟତା ଦେଖାଇଛନ୍ତି । ଟାଇଗର ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଦେଶାତ୍ମବୋଧକ ସଂଗୀତ ବନ୍ଦେ ମାତରମ୍ ନେଇ ଆସୁଛନ୍ତି ଯାହାକୁ ସେ ନିଜେ ଗାଇଛନ୍ତି ।

ଟାଇଗର ଶ୍ରଫ ନିଜ ଇନଷ୍ଟାଗ୍ରାମରେ ଏହି ସଂଗୀତ ବିଷୟରେ ସୂଚନା ଦେଇ ଏକ ଭିଡିଓ ଶେଆର୍ କରିଛନ୍ତି । ଭିଡିଓରେ ଟାଇଗରଙ୍କ ସ୍ୱରରେ ବନ୍ଦେ ମାତରମ ଗୀତ ଶୁଣାଯାଉଛି, ଯାହା ଖୁବ୍ ଭଲ ମଧ୍ୟ ଲାଗୁଛି । ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ସେ ଏଭଳି ଗୀତ ଗାଇବାକୁ ପ୍ରାୟସ କରିଛନ୍ତି । ସେ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ନିଜର ପ୍ରଥମ ସିଙ୍ଗଲ ଗୀତ ବନ୍ଦେ ମାତରମ ଶେଆର୍ କରିବା ସହ ଉତ୍ସାହିତ ଏବଂ ନର୍ଭସ ମଧ୍ୟ ଲାଗୁଛି । ବନ୍ଦେ ମାତରମ କେବଳ ଏକ ଗୀତ ନୁହେଁ, ଏହା ଏକ ଭାବନା ଯାହାଦ୍ୱାରା ଭାରତର ସ୍ୱତନ୍ତ୍ରତାକୁ ମନେ ପକାଯାଏ । ୧୦ ଅଗଷ୍ଟରେ ଏହି ଗୀତ ରିଲିଜ ହେବ ।

ସେପଟେ ଟାଇଗରଙ୍କ ଏହି ଭିଡିଓ ଶେଆର୍ ପରେ ଫ୍ୟାନଙ୍କ ସହ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବନ୍ଦେ ମାତରମ ଭିଡିଓର ନିର୍ଦ୍ଦେଶନା ରେମୋ ଡିସୁଜା କରୁଛନ୍ତି । ବିଶାଲ ଶର୍ମା ଗୀତକୁ କମ୍ପୋଜ କରିଛନ୍ତି ।

 

View this post on Instagram

 

A post shared by Tiger Shroff (@tigerjackieshroff)

Get real time updates directly on you device, subscribe now.