fbpx

ଆଫଗାନ୍ ସରକାରଙ୍କ ଗଣମାଧ୍ୟମ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ ତାଲିବାନ ସେନା

କାବୁଲ୍: ଆଫଗାନିସ୍ତାନ ସରକାର ଏବଂ ତାଲିବାନ ସେନା ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି । ଧୀରେ ଧୀରେ ତାଲିବାନ ସେନା ଆଫଗାନିସ୍ତାନର ଅଧିକାଂଶ ରାଜ୍ୟ ଉପରେ କବଜା କରିବାରେ ଲାଗିପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆଫଗାନ୍ ସରକାରଙ୍କ ଗଣମାଧ୍ୟମ ମୁଖ୍ୟଙ୍କୁ ହତ୍ୟା କରିଯାଇଥିବା ତାଲିବାନ ପକ୍ଷରୁ ଦାବି କରାଯାଇଛି । ଆଫଗାନ୍ ର ମୁଖ୍ୟ ମିଡିଆ ଏବଂ ସୂଚନା ଏଜେନ୍ସିରେ କାର୍ୟ୍ୟରତ ଦୱା ଖାନ୍ ମନିପାଲଙ୍କୁ ହତ୍ୟା କରାଯାଇଥିବା ମିଲିଟାରୀ ମୁଖପାତ୍ର ସୂଚନା ଦେଇଥିବା ଜଣାପଡ଼ିଛି ।

ତେବେ ଏପର୍ୟ୍ୟନ୍ତ ଏ ବାବଦରେ ସରକାରଙ୍କ ତରଫରୁ କୌଣସି ବିବୃତ୍ତି ଆସିନାହିଁ। ଏଥି ସହ ତାଲିବାନର ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍, ଦୱା ଖାନଙ୍କ ହତ୍ୟାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଡାୱା ଖାନଙ୍କୁ ତାଙ୍କ କାର୍ୟ୍ୟ ପାଇଁ ଦଣ୍ଡ ଦିଆଯାଇଛି। ଦୱା ଖାନ୍ ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ରହିଛନ୍ତି। ଆଜିକାଲି ସେ ପାକିସ୍ତାନୀ ପ୍ରକ୍ସି ଯୁଦ୍ଧ ବିରୋଧରେ ବୟାନବାଜି କରୁଥିଲେ। ଯେଉଁଥିପାଇଁ ତାଲିବାନ ତାଙ୍କ ଉପରେ ଟାର୍ଗେଟ୍ କରିଥିଲେ ।

ସୂଚନାନୁସାରେ, ଦୱା ଖାନ୍ ମନିପାଲ ଦକ୍ଷିଣ ଆଫଗାନିସ୍ତାନର କାବୁଲର ବାସିନ୍ଦା ଥିଲେ। କାବୁଲ ବିଶ୍ୱବିଦ୍ୟାଳୟରୁ ସେ ଆଇନ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପ୍ରାରମ୍ଭିକ ଅବଧିରେ ସେ ରେଡିଓ ଆଜାଦିରେ ସାମ୍ବାଦିକ ଭାବରେ କାର୍ୟ୍ୟ କରୁଥିଲେ ଏବଂ ଏହା ପରେ ସେ ସରକାରଙ୍କ ପାଇଁ ସେବା ଆରମ୍ଭ କରିଥିଲେ।

ତେବେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସେନା ନଙ୍ଗରହର, ଲାଗମାନ, ଗଜନୀ, ପାକ୍ଟିକା, କାନ୍ଦାହାର, ଜାବୁଲ, ହେରାଟ, ଜୋଜାନ, ସାମଗାନ, ଫରିୟାବ, ସର-ପୋଲ, ହେଲମାଣ୍ଡ, ନିମ୍ରୁଜ, କୁଣ୍ଡୁଜ, ବାଗଲାନ୍ ଏବଂ କପିସାରେ ସେନା ଅପରେସନ ଜାରି ରଖିଛି । ଏହି ହତ୍ୟାକୁ କେନ୍ଦ୍ର କରି ଆପଗାନ୍ ରାଷ୍ଟ୍ରପତି ଆସରଫ୍ ଘାନିଙ୍କ ମୁଖ୍ୟ ପରାମର୍ଶ ଦାତା ତଥା ମିଡିଆ ମୁଖ୍ୟଙ୍କୁ ତାଲିବାନ୍ ହତ୍ୟା କରିଥିବା ଏକ ଗଣମାଧ୍ୟମ ଏଜେନ୍ସିର ତଥ୍ୟରୁ ଜଣାପଡ଼ିଛି ।

 

Get real time updates directly on you device, subscribe now.