fbpx

ଲକ୍-ଡାଉନର ମଜାକ୍: ଚପଲକୁ ବନ୍ଦୀରେ ରଖି ପରସ୍ପର ସହ କଥା ହେବାକୁ ଲାଗିଲେ ଲୋକେ

ଲକ୍-ଡାଉନ୍ ସମୟରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଗରିବଙ୍କ ଜନଧନ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୋଦୀ ସରକାର । ଏନେଇ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲୋକଙ୍କ ଲମ୍ବା ଗହଳି ଲାଗିରହିଛି । କିନ୍ତୁ ଉତ୍ତରପ୍ରଦେଶ ପିଲିଭୀତ ସ୍ଥିତ ପୁରନପୁରଠାରେ ଲୋକାମନେ ଲକ୍-ଡାଉନର ମଜାକ୍ ଉଡାଉଥିବାର ଦେଖିବାକୁ ମିଳିଛି । ଏଠାରେ ଲୋକାମାନେ ସୂର୍ଯ୍ୟଦାଉରୁ ବଞ୍ଚିବା ପାଇଁ ଚପଲଗୁଡିକ ବନ୍ଦୀ ଘରେ ରଖି ନିଜେ ଛାଇରେ ଠିଆ ହୋଇ ପରସ୍ପର ସହ କଥାରେ ହେବାରେ ଲାଗିଥିଲେ ।  ସାମାଜିକ ଦୂରତା ପାଇଁ ସେମାନେ କେବଳ ନିଜ ଚପଲକୁ ବନ୍ଦୀରେ ରଖିଥିଲେ, ମାତ୍ର ପରସ୍ପର ମଧ୍ୟରେ ଦୂରତା ନ ରଖି ଲକ୍-ଡାଉନର ମଜାକ୍ ଉଡାଇଥିଲେ ।

ବ୍ୟାଙ୍କ ଅଫ୍ ବରୋଦା ଓ ମାଧୋଣ୍ଟାଡା ଅଞ୍ଚଳରେ ୨ କିଲୋମିଟର ପର୍ଯ୍ୟନ୍ତ କେବଳ ଚପଲ ଲାଇନରେ ଥିବା ଦେଖିବାକୁ ମିଳିଥିଲା । ଲୋକମାନଙ୍କୁ ଏବିଷୟରେ ପଚାରିବାରୁ ସେମାନେ କହିଥିଲେ ଯେ, ଲାଇନ ବହୁତ ଲମ୍ବା ହୋଇଥିବା ବେଳେ ଟଙ୍କା ନେବା ପାଇଁ ସମୟ ଗଡିଚାଲିଛି । ଉପରୁ ପ୍ରବଳ ସୂର୍ଯ୍ୟ କିରଣ ଅଛି । ଏନେଇ ଆମେ ବନ୍ଦୀ ସ୍ଥାନରେ ଚପଲ କାଢି ରଖିଛୁ ।’

Get real time updates directly on you device, subscribe now.