fbpx

ABP ନ୍ୟୁଜ୍ ଛାଡ଼ିଲେ ସାମ୍ବାଦିକା ରୁବିକା ଲିୟାକତ: ଆରମ୍ଭ କଲେ ନୂଆ ଯାତ୍ରା

Advertisement

ନୂଆଦିଲ୍ଲୀ: ସାମ୍ବାଦିକତା କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । କିଛିଦିନ ପୂର୍ବରୁ ଏବିପି ନ୍ୟୁଜର ଫାୟାରବ୍ରାଣ୍ଡ ଆଙ୍କର ରୁବିକା ଲିୟାକତ ନିଜ ପଦ ଛାଡ଼ିଥିଲେ । ରୁବିକା ଏବିପି ନ୍ୟୁଜରେ ୫ ବର୍ଷ ଧରି କାର୍ଯ୍ୟ କରିବା ପରେ ଏହି ନିଷ୍ପତ୍ତି ନେଇଥିଲେ । ତେବେ ସାମ୍ବାଦିକା ରୁବିକା ଭାରତ୨୪ରେ ଭାଇସ-ପ୍ରେସିଡେଣ୍ଟ ଭାବେ ଯୋଗ ଦେଇଛନ୍ତି । ଖୁବଶୀଘ୍ର ସାମ୍ବାଦିକା ନିଜର ଏକ ୟୁଟ୍ୟୁବ ଚାନେଲ ଆରମ୍ଭ କରିବେ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ୨୪ ସଂସ୍ଥା ଅଭିଜ୍ଞତାସମ୍ପନ୍ନ ପ୍ରଫେସନାଲଙ୍କୁ ଆପଣାଇବା ଲକ୍ଷ୍ୟରେ ରୁବିକାଙ୍କୁ ପ୍ରଥମେ ନିଯୁକ୍ତି ଦେଇଛି । ଏହି ନ୍ୟୁଜ୍ ଚାନେଲର ସମସ୍ତ କାର୍ଯ୍ୟ ଆସନ୍ତା ଅଗଷ୍ଟ ସୁଦ୍ଧା ସମାପ୍ତ ହେବ ବୋଲି ସଂସ୍ଥାର ଏଡିଟର-ଇନ-ଚିଫ ଜଗଦୀଶ ଚନ୍ଦ୍ରା ସ୍ପଷ୍ଟ କରିଛନ୍ତି । ରୁବିକା ଗତ ୨୦୦୭ରେ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ ।

ସେ ପରବର୍ତ୍ତୀ ସମୟରେ ନ୍ୟୁଜ୨୪, ଆଜ ତକ, ଜି ନ୍ୟୁଜ, ଲାଇଭ୍ ଇଣ୍ଡିଆ ଟିଭି ପରି ଏକାଧିକ ଜାତୀୟସ୍ତରର ଟପ୍ ଗଣମାଧ୍ୟମରେ କାମ କରିଥିଲେ । ‘ତାଲ ଠୋକ କେ ମାଷ୍ଟର ଷ୍ଟ୍ରୋକ’ ଶୋ’ ପାଇଁ ରୁବିକା ବେଶ ପରିଚିତ ହୋଇପାରିଥିଲେ । ତେବେ ଭାରତ୨୪ ଚାନେଲ ଏବେ ଆଞ୍ଚଳିକରୁ ଜାତୀୟ ସ୍ତରକୁ ସଂପ୍ରସାରିତ ହେବା ପାଇଁ ଲକ୍ଷ୍ୟ ରଖିଥିବା ଶ୍ରୀ ଚନ୍ଦ୍ରା କହିଛନ୍ତି । ସୂଚନାଯୋଗ୍ୟ ଯେ, ରୁଚିକା ଅଚାନକ ଏବିପି ଛାଡ଼ିବା ନେଇ ନାନା ଚର୍ଚ୍ଚା ହେଉଥିଲା । ପୂର୍ବ ସଂସ୍ଥାର ବେତନ ବୃଦ୍ଧିକୁ ନେଇ ସେ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ଗତ ୨୦୧୮ ମସିହାଠାରୁ ସେ ଏବିପି ସହିତ ସାମିଲ ଥିଲେ ।

Get real time updates directly on you device, subscribe now.