fbpx

ସାମ୍ବାଦିକଙ୍କର ହେବ କରୋନା ଟେଷ୍ଟ

ପୁରୀ,୨୮ ।୬(ଓଡିଶା ଭାସ୍କର): ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର ଏବେ କରୋନା ଟେଷ୍ଟ ହେବ । ସେବାୟତ ଓ ପୁଲିସ୍ ପରେ ସାମ୍ବାଦିକଙ୍କ ହେଲା ନମୂନା ସଂଗ୍ରହ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ ଟେଷ୍ଟ୍ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ ପୁରୀର ବାହୁଡା ଯାତ୍ରାର ସିଧା ପ୍ରାସାରଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନୂତନ କର୍ଫ୍ୟୁ ପାସ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟ ଜରିଆରେ ରାଜ୍ୟ ସୂଚନା ଓ ପ୍ରସାରଣ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସ୍ୱତନ୍ତ୍ର ପାସ ଆସନ୍ତା କାଲି ଅପରାହ୍ନ ୪ଟା ମଧ୍ୟରେ ଭିଡିଓ ଗ୍ରାଫର ମାନେ ଗ୍ରହଣ କରିବାକୁ କୁହାଯାଇଛି । ଏହି ପାସ ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେର ସୁଟିଙ୍ଗ ସମୟରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.