fbpx

ଆଜି ପୁଣି ଭୁବନେଶ୍ୱରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କାୟା ବିସ୍ତାର କରିବାକରେ ଲାଗିପଡିଛି କରୋନା ମହାମାରୀ । ଏହାରି ମଧ୍ୟରେ ଭୁବନେଶ୍ୱରରୁ ଆଉ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯ ସୁସ୍ଥ ମଧ୍ୟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୩ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏକ ଘରୋଇ ହସ୍ପିଟାଲର ୨୪ ବର୍ଷୀୟ ମହିଳା କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ରାଜାରାଣୀ ମନ୍ଦିର ନିକଟରୁ ୫୫ ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଫରେଷ୍ଟ ପାର୍କ ନିକଟରୁ ୩୬ ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ଫେଜ୍-୧ର ଜଣେ ବେଙ୍ଗଳୁରୁ ଫେରନ୍ତା ଯୁବକ ପଜିଟିଭ୍ ହୋଇଛନ୍ତି । ନୟାପଲ୍ଲୀ ଆଇଆରସି ଭିଲେଜ୍ର ଜଣେ କୋଲ୍କାତା ଫେରନ୍ତା ପଜିଟିଭ୍ ହୋଇଛନ୍ତି । ବାପୁଜୀ ନଗର ଅଞ୍ଚଳର ଜଣେ କୋଲକାତା ଫେରନ୍ତା ଯୁବକ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.