fbpx
BSKY SKY
BSKY SKY

ବନାରସରୁ ଜବତ ହେଲା ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର, ୨ ଗିରଫ

BSKY

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଫଚ୍ରୁ୍ୟନ୍ କାର ବାରାଣାସୀରୁ ଜବତ କରିଛି ପୋଲିସ । ମାର୍ଚ୍ଚ ୧୯ ଦିଲ୍ଲୀର ଗୋବିନ୍ଦପୁର ଅଞ୍ଚଳରୁ ଚୋରି ହୋଇଥିଲା କାର । ଏହି ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଦୁଇ ଅଭିଯୁକ୍ତ ହେଲେ ଫରିଦାବାଦ ନିକଟସ୍ଥ ବଡ଼ଖଲର ସାହିଦ ଏବଂ ଶିବାଙ୍ଗ ତ୍ରିପାଠି ।

ସୂଚନାରୁ ପ୍ରକାଶ ମାର୍ଚ୍ଚ ୧୯ରେ ଜେପି ନଡ୍ଡାଙ୍କ ଡ୍ରାଇଭର ଧଳା ଫଚ୍ରୁ୍ୟନର SUV ନେଇ ଗୋବିନ୍ଦପୁର ସ୍ଥିତ ସର୍ଭିସ ସେଣ୍ଟର ଯାଇଥିଲେ । ସେଠାରେ ଗାଡ଼ି ରଖି ଡ୍ରାଇଭର ଜୋଗିନ୍ଦର ଘରକୁ ଖାଇବା ପାଇଁ ଯାଇଥିଲେ । ଏହି ସମୟରେ ଗାଡ଼ି ଚୋରି ହୋଇଥିଲା । ବାସ୍ତବରେ ଏହି କାରଟି ଜେପି ନଡ୍ଡାଙ୍କ ପତ୍ନୀଙ୍କର । ଏନେଇ ଡ୍ରାଇଭର ଥାନରେ ଏକ ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅପରପକ୍ଷରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣା ପଡ଼ିଥିଲା ଯେ ଏହି ଫଚ୍ରୁ୍ୟନର ଗାଡ଼ିର ନମ୍ବର ହିମାଚଳ ପ୍ରଦେଶର ଏବଂ ସେଠରେ ହିଁ ଗାଡ଼ି ପଞ୍ଜିକୃତ ହୋଇଥିବାର ଜଣାପଡ଼ିଥିଲା । ତେବେ ଅଭିଯୁକ୍ତ ନିଜ ବୟାନରେ କହିଥିଲେ ଯେ ସେମାନେ କ୍ରେଟାରେ କାର ଚୋରି କରିବା ପାଇଁ ଆସିଥିଲେ । ଏହା ପରେ ଚୋରି ହୋଇଥିବା SUV ର ନମ୍ବର ପ୍ଲେଟ୍ ବଦଳାଇବା ପରେ ବଡ଼ଖଲ ନେଇଥିଲେ । ସେମାନେ ଏହି SUV କୁ ନାଗାଲାଣ୍ଡ ପଠାଇବା ପାଇଁ ଯୋଜନା କରୁଥିଲେ । ତେବେ ଏହି କାରଟି ଅନ୍ ଡିମାଣ୍ଡରେ ଚୋରି କରାଯାଇଥିବା ପ୍ରକାଶ କରିଛନ୍ତି ଅଭିଯୁକ୍ତ ।

Get real time updates directly on you device, subscribe now.